Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ସିରିଜରୁ ଭାରତର ୯ ଖେଳାଳି ଆଉଟ୍ !

by ସଞ୍ଜୟ ସ୍ୱାଇଁ
July 28, 2021
in Sports
ଟି-୨୦ ସିରିଜରୁ ଭାରତର ୯ ଖେଳାଳି ଆଉଟ୍ !
299
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ବଡ଼ ସଙ୍କଟ ଦେଖା ଦେଇଛି। ଦ୍ୱିତୀୟ ଟି-୨୦ ଏବଂ ପୂରା ଶ୍ରୀଲଙ୍କା ସିରିଜରୁ ୯ ଖେଳାଳି ଆଉଟ୍ ହୋଇଛନ୍ତି । ଏହି ୯ ଖେଳାଳି ଆଜିର ମ୍ୟାଚ୍ ସହ ତୃତୀୟ ମୁକାବିଲା ବି ଖେଳିପାରିବେ ନାହିଁ ବୋଲି ଜଣାପଡିଛି । ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହେବା ପରେ ମଙ୍ଗଳବାର ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଦିନକ ପାଇଁ ସ୍ଥଗିତ କରାଯାଇଥିଲା। ହେଲେ କୃନାଲଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୮ ଖେଳାଳିଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ଆଶ୍ୱସ୍ତିକର କଥା ହେଉଛି ଯେ ସମସ୍ତ ୮ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏହା ସତ୍ତ୍ୱେ ଏମାନେ ସିରିଜରେ ଆଉ ଖେଳିପାରିବେ ନାହିଁ। ଏହି ଖେଳାଳିଙ୍କ ମଧ୍ୟରେ କ୍ୟାପଟେନ୍ ଶିଖର ଧୱନ୍ ରହିଛନ୍ତି। ତାଙ୍କ ବ୍ୟତୀତ ସୂର୍ୟ୍ୟକୁମାର ଯାଦବ, ପୃଥ୍ୱୀ ଶ’, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍, ମନୀଷ ପାଣ୍ଡେ, ଈଶାନ୍ କିଶନ, କ୍ରିଷ୍ଣାପ୍ପା ଗୌତମ ମଧ୍ୟ ମ୍ୟାଚ୍ ଖେଳିବେ ନାହିଁ। ଆଜି ମ୍ୟାଚରେ ଭାରତର ଚୂଡ଼ାନ୍ତ ଏକାଦଶ କ’ଣ ହେବ, ତାହା ଦେଖିବାକୁ ବାକି ରହିଲା। ଏତେ ସଂଖ୍ୟକ ଖେଳାଳିଙ୍କ ଅନୁପସ୍ଥିତି ପରେ ଏବେ ଶ୍ରୀଲଙ୍କା ଗସ୍ତରେ ନେଟ୍ ବୋଲରଙ୍କ ଭାବେ ସ୍ଥାନ ପାଇଥିବା ୫ ଖେଳାଳି ଭାରତୀୟ ଟିମରେ ସାମିଲ୍ କରାଯାଇଛି। ନେଟ୍ ବୋଲର ଭାବେ ଈଶାନ୍ ପୋରେଲ୍, ସନ୍ଦୀପ ୱାରିୟର୍, ସାଇ କିଶୋର, ଅର୍ଶଦୀପ ସିଂହ ଓ ସିମରଜିତ୍ ସିଂହ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଆଜି ମ୍ୟାଚରେ ଶିଖର ଧୱନଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ଟିମର ନେତୃତ୍ୱ ନେବେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!