Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଣ୍ଡିୟାନ ବ୍ୟାଙ୍କରେ ହଟ୍ଟଗୋଳ,ପାଟିତୁଣ୍ଡ,ଦିବା ୧୨ ଘଟିକା ପର୍ଯ୍ୟନ୍ତ କର୍ମଚାରୀଙ୍କ ଦେଖା ନାହିଁ,ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

by ସଞ୍ଜୟ ସ୍ୱାଇଁ
November 18, 2019
in Breaking, Nayagarh, State
12
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଗଣିଆରେ ଥିବା ଇଣ୍ଡିୟାନ ବ୍ୟାଙ୍କରେ ସୋମବାର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଦୂର ଦୂରାନ୍ତରରୁ ଶହ ଶହ ଲୋକ ଧାଡି ବାନ୍ଧି ଦୀର୍ଘ ୨ ଘଣ୍ଟା କାଳ ଅପେକ୍ଷା କରିବା ପରେ କର୍ମଚାରୀ ମାନଙ୍କର ଦେଖା ମଳିନଥିଲା । ବ୍ୟାଙ୍କ ପାସ୍ବୁକ୍ ଅପ୍ଡେଟ୍,ଟଙ୍କା ଉଠାଣ,ଟଙ୍କା ଜମା,ନୂତନ ଖାତା ଏପରିକି ସୁନା ରୁଣ ପରିଶୋଧ ପାଇଁ ଶହ ଶହ ଲୋକ ବ୍ୟାଙ୍କ ଭିତରେ ଜମା ହୋଇ ରହିଥିଲେ । ଏତେ ସଂଖ୍ୟକ ଲେଶକ ବ୍ୟାଙ୍କ ଭିତରେ ଜାଗା ନଥିବାରୁ ଠେଲା ପେଲା ଆରମ୍ଭ ହେବା ସହିତ ପରସ୍ପର ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ସମୟ ଦିବା ୧୨ଟା ବାଜିଥିଲେ ମଧ୍ୟ ଜଣେ ବି କର୍ମଚାରୀ ଆସି ନଥିଲେ । କ୍ୟାସିୟରଙ୍କ ଟେବୁଲ ଠାରୁ ଆରମ୍ଭ କରି ସହକାରୀ ବ୍ୟାଙ୍କ ମ୍ୟାନେଜରଙ୍କ ପର୍ଯ୍ୟନ୍ତ ସବୁଠାରେ ଫାଙ୍କା ଥିଲା । କେହି ବି ଜଣେ ନିଜ ସିଟକୁ ଆସି ନଥିବା ବେଳେ ମ୍ୟାନେଜର ନିଜ ଚାମ୍ବରରେ ବସି ନିଜ କାମରେ ବ୍ୟସ୍ତ ଥିଲେ । ନା ସେ ଲୋକଙ୍କ ପାଖକୁ ଆସୁଥିଲେ ନା ଲୋକଙ୍କୁ କିଛି ଆଶ୍ୱାସନା ଦେଉଥିଲେ । ଏହି ସମୟରେ ସରପଞ୍ଚ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କରେ କେହି ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିବାରୁ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଗାଲି ଗୁଲଜ କରିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ଏପରିକି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବଚସା ହେବା ପରେ ମ୍ୟାନେଜର ନିଜ ଚାମ୍ବରରୁ ଆସି କ୍ୟାସ ସେକ୍ସନରେ ବସିଥିଲେ । କିଛି ସମୟ ପରେ ଆଉ ଜଣେ ବାବୁ ଆସି ନିଜ ଟେବୁଲରେ ବସିଥିଲେ । ଗଣିଆରେ ଇଣ୍ଡିୟାନ ବ୍ୟାଙ୍କରେ ସବୁବେଳେ ଗହଳି ଲାଗି ରହିଥିବା ବେଳେ କର୍ମଚାରୀଙ୍କର ଦେଖା ମିଳୁନଥିବା ବାରମ୍ବାର ଅଭିଯୋଗ ହେଉଛି । ଲୋକମାନେ ଦିନ ୯ଟା ବେଳୁ ବ୍ୟାଙ୍କକୁ ଆସୁଥିବା ବେଳେ କର୍ମଚାରୀ ମାନଙ୍କର କୈାଣସି ସମୟ ଜ୍ଞାନ ରହୁନାହିଁ ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କକୁ ଆସି ଘରକୁ ଫେରିଲା ବେଳକୁ ସଂଧ୍ୟ୍ୟା ହୋଇ ଯାଉଛି । ଉଚ୍ଚ କତ୍ତୃପକ୍ଷ ଏ ଦିଗରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!