ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦେଶରେ ଚିନ୍ତାଜନକ ରହିଛି କରୋନା ମାମଲା । ଥମିବାର ନାଁ ଧରୁନି ସଂକ୍ରମଣ । ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଏବଂ ସାଧାରଣ ଜନତା ସମସ୍ତେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତିତ । ଏହାର ମୁକାବିଲା ସମସ୍ତ ଉପାୟ ଆପଣାଯାଉଛି । ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ଲକଡାଉନ ଏବଂ ସପ୍ତାହିକ ସଟ୍ଡାଉନ ଲାଗୁ ହୋଇଛି । କିନ୍ତୁ ସ୍ଥିତି ସୁଧୁରୁନି । ଏବେ କରୋନାର ଏହି ଦ୍ୱିତୀୟ ଲହରକୁ ସମ୍ଭାଳିବ ସେନା । କରୋନା ମହାମାରୀକୁ ନେଇ ସେନା ମୁଖ୍ୟ ଏମ୍ଏମ୍ ନରୱାଣେଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତାଙ୍କ ସହ ଆଲୋଚନା କରି ରାଜନାଥ ସିଂହ ସେନାର ସହାୟତା ଲୋଡ଼ିଛନ୍ତି । ଏଥିସହ ରାଜନାଥ ଡିଆର୍ଡିଓ ମୁଖ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି । ଦେଶରେ ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ସମ୍ଭାଳିବା ପାଇଁ ସେ ସେନାକୁ ପ୍ରସ୍ତାବ ଦେଇଛନ୍ତି । ସମସ୍ତ ନାଗରିକଙ୍କୁ ସଠିକ୍ ସମୟରେ ସବୁ ସୁବିଧା ଯେଗାଇବାକୁ ସେ ସେନାକୁ କହିଛନ୍ତି ।





