Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଙ୍ଗୋରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

by ସଞ୍ଜୟ ସ୍ୱାଇଁ
May 23, 2021
in Lifestyle, NATIONAL NEWS
କଙ୍ଗୋରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କଲା ଭାରତୀୟ ସେନା
75
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଭାରତୀୟ ସେନାର ମହନୀୟତା କେବଳ ଦେଶରେ ନୁହେଁ ବିଦେଶରେ ବି ଗୁଞ୍ଜରିତ ହେଉଛି। ନିକଟରେ କଙ୍ଗୋରେ ଭାରତୀୟ ସେନା ଦେଖାଇଥିବା ସାହସିକତା ପାଇଁ ବିଶ୍ୱରେ ଚର୍ଚ୍ଚା ଚାଲିଛି। କଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନ୍ୟାରାଗୋଙ୍ଗୋ ଶନିବାର ବିସ୍ଫୋରଣ ହେବା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି । ଉତ୍ତପ୍ତ ଲାଭା ରାସ୍ତା ସହ ଗାଁରେ ମାଡି ଯାଇଛି । ଲୋକେ ଭୟରେ ଏଣେ ତେଣେ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି । ଦେଖଣାହାରୀଙ୍କ ଅନୁସାରେ ଗୋମାର ଅନ୍ୟ ପ୍ରାନ୍ତକୁ ଯୋଡ଼ୁଥିବା ରାଜମାର୍ଗରେ ଲାଭା ଏବେ ବି ପଡ଼ିରହିଛି। ଏହାକୁ ଏବେଯାଏ ନିୟନ୍ତ୍ରଣ କରାଯାଇନଥିବା ବେଳେ ଅନେକ ଲୋକଙ୍କ ଜୀବନ ଗଲାଣି। ଏହା ପୂର୍ବରୁ ୨୦୦୨ରେ ଆଗ୍ନେୟଗିରି ଉଦଗିରଣ ଯୋଗୁ ଶହ ଶହ ଲୋକଙ୍କ ଜୀବନ ଯାଇଥିଲା । ସଂଯୁକ୍ତ ରାଷ୍ଟ୍ର ଶାନ୍ତି ସୁରକ୍ଷା ମିଶନ ପକ୍ଷରୁ ଆଗ୍ନେୟଗିରି ଉଦଗିରଣ ପରେ ଏନେଇ ଫଟୋ ସେୟାର କରାଯାଇଛି। ନିଜର ବିମାନ ଯୋ‌ଗେ ସେହି ଅଞ୍ଚଳ ଉପରେ ନଜର ରଖାଯାଇଛି ବୋଲି କୁହାଯାଇଛି। କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ମିଶନର ଅଂଶ ଭାବେ କାର୍ୟ୍ୟ କରୁଥିବା ଭାରତୀୟ ସେନା ଜ୍ୱାଳାମୁଖୀ ଦ୍ୱାରା ପ୍ରଭାବିତ ଲୋକ ଏବଂ ସଂଯୁକ୍ତ ରାଷ୍ଟ୍ରର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସକ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ନ୍ୟାରାଗୋଙ୍ଗୋ ୨୨ ମେ’ ସନ୍ଧ୍ୟା ୬.୩୦ରେ ବିସ୍ଫୋରଣ ହୋଇଥିଲା। ମିଶନ ପକ୍ଷରୁ କୁହାଯାଇଛି, ‘ଏମିତି ମନେ ହେଉନି କି ଲାଭା ଗୋମା ସହରକୁ ବ୍ୟାପିବ। ତଥାପି ଆମେ ସତର୍କ ଅଛୁ। କିନ୍ତୁ ଏଥିରେ ଭୟଭୀତ ହୋଇ ହଜାର ହଜାର ଲୋକ ସହର ଛାଡ଼ି ଚାଲିଯାଇଛନ୍ତି।’

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!