Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ସିରିଜ୍ କବଜା କଲା ଭାରତ:ହାରିଲା ନ୍ୟୁଜିଲାଣ୍ଡ

by ସଞ୍ଜୟ ସ୍ୱାଇଁ
November 22, 2021
in Sports
ଟି-୨୦ ସିରିଜ୍ କବଜା କଲା ଭାରତ:ହାରିଲା ନ୍ୟୁଜିଲାଣ୍ଡ
94
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଦେଇଥିବା ୧୮୪ରନ୍ ଟାର୍ଗେଟକୁ ପୁରଣ କରିପାରିଲାନି ନ୍ୟୁଜିଲାଣ୍ଡ । ୧୧୧ରନରେ ଅଲଆଉଟ୍ ହୋଇ ସିରିଜ୍ ହାରିଲା ନ୍ୟୁଜିଲାଣ୍ଡ । ଭାରତ ଟି-୨୦ ସିରିଜରେ କ୍ଲିନ୍ ସୁଇପ୍ କରିଛି । ଏହାର ବଜବାରେ ଅକ୍ଷର ପଟେଲଙ୍କ ଜବରଦସ୍ତ ବୋଲିଂ ସାଙ୍ଗକୁ ଈଶାନ କିଶନଙ୍କ ଡବଲ ରନ ଆଉଟ ନ୍ୟୁଜିଲ୍ୟାଣ୍ତକୁ ଧରାଶାୟୀ କରିଛି। ଦଳ ୧୭.୨ ଓଭର୍ରେ କେବଳ ୧୧୧ ରନ୍ କରି ରନ ଆଉଟ ହୋଇଯାଇଛି। ଏହି ମ୍ୟାଚ୍କୁ ଟିମ ଇଣ୍ଡିଆ ୭୩ ରନ୍ ଜିତି ସିରିଜ୍କୁ ୩-୦ରେ କବଜା କରିଛି। ଭାରତ ଦେଇଥିବା ୧୮୫ ରନ୍ର ଟାର୍ଗେଟ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଠିକ୍ ଠାକ ଆରମ୍ଭ କରିଥିଲା। ଏପରି କି ୨ ଓଭର୍ରେ ଦଳ ୨୨ ରନ୍ ହାସଲ କରି ନେଇଥିଲା। କିନ୍ତୁ ତୃତୀୟ ଓଭର୍ ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲ ପ୍ରଥମେ ଡାରେଲ ମିଚେଲ(୫)ଙ୍କୁ ଆଉଟ କରିଥିଲେ। ଏହାପରେ ମାର୍କ ଚାପମ୍ୟାନ(୦) ଓ ଗ୍ଲେନ ଫିଲିପ୍ସ(୦)ଙ୍କୁ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରି ଦେଇଥିଲେ। ତେବେ ଓପନର ମାର୍ଟିନ ଗପ୍ଟିଲ କାଉଣ୍ଟର ଆଟାକ ଆରମ୍ଭ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ଦୀପକ ଚହର ଓ ୟୁଜଭେନ୍ଦର ଚହଲଙ୍କୁ ସେ ବଡ଼ବଡ଼ ଶଟ ମାରିଥିଲେ। ତାଙ୍କୁ କିଛି ସମୟ ପାଇଁ ଟିମ ସାଇଫର୍ଟ ସହଯୋଗ କରିଥିଲେ। ଏଥିସହ ଗପ୍ଟିଲ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଚହଲ ୫୧ ରନ୍ କରିଥିବା ଗପ୍ଟିଲଙ୍କୁ ବାଉଣ୍ଡରୀ ପାଖରେ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଏହାପରେ ସାଇଫର୍ଟ(୧୭)ଙ୍କୁ ଈଶାନ କିଶନ ରନ ଆଉଟ ଯୋଗେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଜିମ୍ମି ନଶୀମ(୩)ଙ୍କ ୱିକେଟ ହର୍ଷଲ ପଟେଲ ନେଇଥିଲେ। ଦଳର କାମଚଳା ଅଧିନାୟକ ମିଚେଲ ସାଣ୍ଟନର(୨)ଙ୍କୁ ଈଶାନ କିଶନ ଡାଇରେକ୍ଟ ଥ୍ରୋ ଦ୍ୱାରା ରନ ଆଉଟ କରି ଦେବାକୁ କ୍ୱିୱି ଟିମ୍ର ବିଜୟ ଆଶା ମଉଳି ଯାଇଥିଲା। ଆଡମ ମିଲ୍ନ ଗୋଟିଏ ଛକା ମାରିବା ପରେ ଭେଙ୍କଟେଶ ଆୟରଙ୍କ ବଲରେ ଆଉଟ ହୋଇଥିଲେ। ଏହା ଆୟରଙ୍କ ପ୍ରଥମ ଅନ୍ତର୍ଜାତୀୟ ୱିକେଟ। ଈଶ ଶୋଢ଼ି(୯)ଙ୍କୁ ଆଉଟ କରି ହର୍ଷଲ ପଟେଲ ଭ୍ରମଣକାରୀ ଦଳକୁ ୯ମ ଝଟକା ଦେଇଥିଲେ। ଶେଷରେ ଦୀପକ ଚହର ୧୪ ରନ୍ କରିଥିବା ଲକି ଫର୍ଗୁସନଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ତ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଏଥିସହ ଭାରତ ୭୩ ରନ୍ରେ ମ୍ୟାଚ୍ ସହ ସିରିଜ୍ କ୍ଲିନ ସୁଇପ କରିଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ସଫଳତା ପାଇଛନ୍ତି। ସେହିପରି ଭେଙ୍କଟେଶ ଆୟର, ଦୀପକ ଚହର ଓ ୟୁଜଭେନ୍ଦର ଚହଲ ଗୋଟିଏ ଲେଖାଓ ୱିକେଟ ଦଖଲ କରିଛନ୍ତି। ଏହାପୂର୍ବରୁ ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ୫୬ ଓ ଶେଷ ଭାଗରେ ଦୀପକ ଚହରଙ୍କ ବିସ୍ଫୋରକ ୨୧ ରନ୍ ବଳରେ ୭ ୱିକେଟ ହରାଇ ୧୮୪ ରନ୍ କରିଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!