Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଖାତା ଖୋଲିଲା ଇଣ୍ଡିଆ: ଦୀପାବଳିରେ ଆଫଗାନିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

by ସଞ୍ଜୟ ସ୍ୱାଇଁ
November 4, 2021
in Sports
ଟି-୨୦ ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଖାତା ଖୋଲିଲା ଇଣ୍ଡିଆ: ଦୀପାବଳିରେ ଆଫଗାନିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ
205
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦୀପାବଳିରେ ଭାରତବାସୀଙ୍କୁ ଟିମ୍ ଇଣ୍ଡିଆର ଉପହାର । ଚଳିତ ଟ-୨୦ ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଖାତା ଖୋଲିପାରିନଥିବା ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ଦଳ ବିରୋଧ ଖେଳି ବଡ଼ ଧରଣ ବିଜୟ ହାସଲ କରିଛି । ଯାହାକି ସେମିଫାଇନାଲ ଯିବାକୁ ଆଶା ଉଜ୍ଜୀବିତ କରିଛି ଟିମ୍ ଇଣ୍ଡିଆ । ବୁଧବାର ଚାଲିଥିବା ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ଟିମ୍ ଇଣ୍ଡିଆକୁ ବ୍ୟାଟିଂ କରିବାକୁ ପ୍ରଥମେ ଆମନ୍ତ୍ରଣ କରିଥିଲା । ଫର୍ମକୁ ଫେରିଥିବା ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୦ ରନ୍ କରିଥିଲା। ଟି-୨୦ ବିଶ୍ୱକପରେ ଭାରତର ଏହା ସର୍ବଶ୍ରେଷ୍ଠ ସ୍କୋର। ଏହା ପୂର୍ବରୁ ୨୦୧୬ ଟି-୨୦ ବିଶ୍ୱକପରେ ଭାରତ ୨ ୱିକେଟରେ ୧୯୨ ରନ୍ କରିଥିଲା। ରୋହିତ୍ ସର୍ବାଧିକ ୭୪ (୪୭ ବଲ୍, ୮ ଚୌକା, ୩ ଛକା) ଓ ରାହୁଲ୍ ୬୯ (୪୮ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ଆଫଗାନିସ୍ତାନ ୭ ୱିକେଟରେ ୧୪୪ ରନ୍ କରିଥିଲା। ଏହି ବିଜୟ ସହ ଭାରତର ନେଟ୍ ରନରେଟ୍ ମଧ୍ୟ ପଜିଟିଭ୍ ହୋଇଛି । ଏହା ପୂର୍ବରୁ ଏହା ନେଗେଟିଭ୍ ଥିଲା । ଭାରତ ଏଯାଏ ୩ ମ୍ୟାଚ୍ ଖେଳିଛି, ଯେଉଁଥିରୁ ଗୋଟିଏରେ ବିଜୟୀ ହୋଇଛି । ଏବେ ଭାରତର ନେଟ୍ ରନ୍ ରେଟ୍ +୦.୦୭୩ ହୋଇଛି । ଭାରତକୁ ନେଟ୍ ରନ ରେଟ୍ ପଜିଟିଭ୍ ଆଣିବାକୁ ଆଫଗାନିସ୍ତାନକୁ ୬୩ କିମ୍ବା ଏହାଠାରୁ ଅଧିକ ରନରେ ହରାଇବାର ଥିଲା । ଆଉ ଟିମ୍ ଇଣ୍ଡିଆ ଏହା କରି ଦେଖାଇଛି । ଟିମ୍ ତା’ର ଶେଷ ଦୁଇଟି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ । ୨୧୧ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ କରିମ ଜନ୍ନତ ସର୍ବାଧିକ ୪୨, କ୍ୟାପଟେନ୍ ନବି ୩୫, ଗୁରବାଜ ୧୯, ଗୁଲବଦିନ ୧୮, ହଜରତୁଲ୍ଲା ଜଜଇ ୧୩ ଓ ନାବିବୁଲ୍ଲା ୧୧ ରନ୍ କରିଥିଲେ । ଭାରତର ମହମ୍ମଦ ଶାମି ୩ଟି, ଆର୍ ଅଶ୍ବିନ୍ ୨ଟି, ଯଶପ୍ରୀତ ବୁମ୍ରା ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ । ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରାହୁଲ୍ ଓ ରୋହିତ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ହେଲେ ସେଟ୍ ହେବା ରୋହିତ୍ ଓ ରାହୁଲ୍ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ୍ ଧୋଇଥିଲେ। ଦୁହେଁ ପ୍ରଥମ ୧୧.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ପ୍ରଥମେ ରୋହିତ୍ ୩୭ ବଲରେ ଏବଂ ପରେ ରାହୁଲ୍ ୩୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪.୪ ଓଭରରେ ୧୪୦ ରନର ଭାଗିଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବଡ଼ ଶଟ୍ ଖେଳିବା ପ୍ରୟାସରେ ରୋହିତ୍ ଆଫଗାନ୍ ବୋଲର କରିମ୍ ଜନ୍ନତଙ୍କ ଶିକାର ହୋଇଥିଲେ। ପରେ ରାହୁଲ୍ ମଧ୍ୟ ନିଜର ୱିକେଟ୍ ଦେଇ ବସିଥିଲେ। ରାହୁଲଙ୍କୁ ଗୁଲବଦିନ ନଇବ ପ୍ୟାଭିଲିୟନ୍ ପଠାଇଥିଲେ। ଦୁହିଁଙ୍କ ଆଉଟ୍ ପରେ ଭାରତର ରନ୍ ଗତି କମିଯାଇଥିଲା। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଖରାପ ଫର୍ମରେ ଥିବା ହାର୍ଦ୍ଦିକଙ୍କର ପୁରୁଣା ଚମକ ଦେଖିବାକୁ ମିଳିଥିଲା। ଉଭୟ ହାର୍ଦ୍ଦିକ ଓ ପନ୍ତ ତୃତୀୟ ୱିକେଟ୍ ପାଇଁ ୨୧ ବଲରେ ୬୩ର ପାର୍ଟନରଶିପ୍ କରିଥିଲେ। ହାର୍ଦ୍ଦିକ ୧୩ ବଲରେ ୪ ଚୌକା ଓ ୨ ଛକା ସହ ୩୫ ଓ ପନ୍ତ ୧୩ ବଲରେ ୧ ଚୌକା ଓ ୩ ଛକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନଇବ ଓ ଜନ୍ନତ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!