ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଭାରତକୁ ମିଳିଲା ବୋଞ୍ଜ ପଦକ । ୪୧ ବର୍ଷ ପରେ ଭାରତ ହକିରେ ବ୍ରୋଞ୍ଜ ପଦକ ହାସଲ କରିପାରିଛି । ଚାଲିଥିବା ଟୋକିଓ ଅଲମ୍ଫିକ୍ -୨୦୨୧ରେ ଭାରତର ପୁରୁଷ ହକି ଟିମ୍ ଦମଦାର ପ୍ରଦର୍ଶନ କରିଛି । ବିରୋଧି ଜର୍ମାନୀକୁ ୫ଟି ଗୋଲ୍ ଦେଇ ବିଜୟ ହାସଲ କରିଛି । ଜର୍ମାନୀକୁ ୫-୪ ଗୋଲରେ ମାତ୍ ଦେଲା ଭାରତ । ସିମରନଜିତ୍ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ଭୁପିନ୍ଦର ସିଂ ପାଲ, ହରମନପ୍ରିତ୍ ସିଂହ ଓ ହାର୍ଦ୍ଦିକ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଗୋଲ କିପର ଶ୍ରୀଜେସ୍ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଜର୍ମାନ ବିରୋଧରେ ଭାରତ ପୁରୁଷ ହକି ଟିମ୍ ଦମ୍ ଦେଖାଇଛି । ଭାରତ ବିଜୟ ହାସଲ କରିବା ପରେ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି । ଭାରତୀୟ ହକି ଦଳ ଅଲମ୍ଫିକ୍ ଚମକ୍ରାର ପ୍ରଦର୍ଶନ କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଏହି ଐତିହାସିକ ବିଜୟ କ୍ରୀଡ଼ାବିତ୍ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।






