Thursday, November 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତର ସପ୍ତମ ବିଜୟ, ଶ୍ରୀଲଙ୍କା ଧରାଶାୟୀ

by ସଞ୍ଜୟ ସ୍ୱାଇଁ
November 2, 2023
in NATIONAL NEWS, Sports, WORLD
ଭାରତର ସପ୍ତମ ବିଜୟ, ଶ୍ରୀଲଙ୍କା ଧରାଶାୟୀ
167
VIEWS
Share on FacebookShare on Twitter

ମୁମ୍ବଇ, (ବାଘୁଆବାର୍ତ୍ତା): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପ୍‌‌ର ୩୩ତମ ଲିଗ ମ୍ୟାଚ୍‌‌ ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଆଜି ଖେଳାଯାଇଥିଲା। ଆଜିର ମ୍ୟାଚରେ ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୫୮ ରନର ଲକ୍ଷ୍ୟ ରହିଥିଲା। ଭାରତର ଘାତକ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ କରିଥିଲା । ଫଳରେ ଭାରତ ଆଜର ମ୍ୟାଚକୁ ୩୦୨ ରନରେ ଜିତି ନେଇଛି। ଶ୍ରୀଲଙ୍କା ପକ୍ଷରୁ ପଥୁମ୍‌ ନିଶଙ୍କା, ଦିମୁଥ କରୁଣାରତ୍ନେ, ସଦିରା ସମରବିକ୍ରମା, ଦୁଷ୍ମନ୍ତ ଚାମୀରା, ଡୁସାନ ହେମନ୍ଥା କୌଣସି ରନ ନ କରି ଆଉଟ ହୋଇଥିଲେ। କୁଶଲ ମେଣ୍ଡିସ ଓ ଚରିଥ ଆଶାଲଙ୍କା ଊଭୟ ୧ ରନ ଲେଖାଏଁ କରି ଆଉଟ ହୋଇଥିଲେ। ଆଞ୍ଜୋଲା ମାଥ୍ୟୁସ୍‌ ୨୫ ବଲରେ ୧୨ରନ କରି ଆଉଟ ହୋଇଥିଲେ। କାସୁନ୍‌ ରଜିଥା ୧୭ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମହୀଶ ତୀକ୍ଷଣା ୨୩ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ଲ୍‌ସାନ ମଦୁଶଙ୍କା ୬ ବଲରେ ୫ ରନ କରି ଆଉଟ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୫ ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ୍‌ ବୁମ୍‌ରା ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!