Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟେଷ୍ଟ ସିରିଜ୍ କବଜା କଲା ଭାରତ:ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଶୀର୍ଷରେ ଭାରତ

by ସଞ୍ଜୟ ସ୍ୱାଇଁ
December 6, 2021
in Sports
ଟେଷ୍ଟ ସିରିଜ୍ କବଜା କଲା ଭାରତ:ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଶୀର୍ଷରେ ଭାରତ
39
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜକୁ ୧-୦ରେ କବଜା କରି ନେଇଛି । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଡାରେଲ ମିଚେଲ (୬୦), ହେନେରୀ ନିକୋଲସ(୪୪) ଓ ରଚୀନ୍ଦ୍ର ରବୀନ୍ଦ୍ର (୧୮) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନ ଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ଓ ଜୟନ୍ତ ଯାଦବ ୪ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତ ଦ୍ୱିତୀୟ ଇନିଂସରେ ୨୭୬/୭ ଇନିଂସ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ, ବିଶ୍ୱ କ୍ରିକେଟରେ ତୃତୀୟ ଆନ୍ତର୍ଜାତୀୟ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ଏହି ମ୍ୟାଚରେ ହାସଲ କରିଥିଲେ । ସେହିପରି ଟେଷ୍ଟ ରେ ନ୍ୟୁଜିଲାଣ୍ଡ ଦଳକୁ ପଛରେ ପକାଇ ୧୨୪ ପଏଣ୍ଟ ସହ ଶୀର୍ଷରେ ଅଛି ଭାରତ । ଭାରତ ଶୀରେ ଥିବା ବେଳେ ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ସହ ଦ୍ୱିତୀୟରେ, ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟରେ ଇଂଲଣ୍ଡ ୧୦୭ ପଏଣ୍ଟ ସହ ଚତୁର୍ଥରେ, ପାକିସ୍ତାନ ୯୨ ପଏଣ୍ଟ ପାଇ ଟେଷ୍ଟ ର ପଞ୍ଚମ ସ୍ଥାନରେ ରହିଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!