Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମ୍ୟାଚ ସହ ଆଗୁଆ ସିରିଜ ଜିତିଲା ଭାରତ

by ସଞ୍ଜୟ ସ୍ୱାଇଁ
July 13, 2024
in NATIONAL NEWS, Sports
ମ୍ୟାଚ ସହ ଆଗୁଆ ସିରିଜ ଜିତିଲା ଭାରତ
120
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଜିମ୍ବାୱେ ବିପକ୍ଷରେ ଭାରତର ବୃହତ୍ତ ତଥା ଏକତରଫା ବିଜୟ। ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଯୁବ ବାହିନୀ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌କୁ ଗୋଟିଏ ମ୍ୟାଚ୍‌ ପୂର୍ବରୁ କରିଛି କବଜା। ଆଜି ୪ର୍ଥ ଦିନିକିଆରେ ଘରୋଇ ଟିମକୁ ଭାରତ ଏକତରଫା ଭାବେ ୧୦ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସହ ୫ ଟିକିଆ ଟି-୨୦ ସିରିଜକୁ ଭାରତୀୟ ଟିମ ୩-୧ରେ ଆଗୁଆ କବଜା କରିନେଇଛି। ଆସନ୍ତାକାଲି ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ। ଆଜି ୪ର୍ଥ ଦିନିକିଆରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ କରିଥିଲା। ଏହାର ଜବାବରେ ଭାରତ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୫୩ ବଲରେ ୯୩ ଓ ଅଧିନାୟକ ଗିଲଙ୍କ ୩୯ ବଲରେ ଅପରାଜିତ ୫୮ ରନ ବଳରେ ୧୦ ୱିକେଟରେ ମ୍ୟାଚ୍‌ ଜିତି ନେଇଛି। ଜିତିବା ପାଇଁ ଦଳକୁ ୧ ରନ ଦରକାର ଥିବା ବେଳେ ଯଶସ୍ୱୀ ଚୌକା ମାରି ୨୮ ବଲ ପୂର୍ବରୁ ଭାରତକୁ ବିଜୟୀ କରାଇଛନ୍ତି। ଯଶ୍ୱସୀ ତାଙ୍କ ଇନିଂସରେ ୧୩ଟି ଚୌକା ଓ ୨ଟି ଚୌକା ଓ ଗିଲ ୬ଟି ଚୌକା ଓ ୨ଟି ଚୌକା ମାରିଛନ୍ତି। ଜିମ୍ବାୱେ ଗସ୍ତରେ ଆସିଥିବା ଯୁବ ବାହିନୀ ପ୍ରଥମ ମ୍ୟାଚ୍‌ରେ ହାରି ଯାଇଥିଲା। ଗିଲଙ୍କ କ୍ୟାପ୍ଟେନ୍ସିରେ ଭାରତ ପ୍ରଥମଥର ଖେଳୁଥିବା ବେଳେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏହା ପରଠାରୁ ଦଳ କମାଲ କରି ଚାଲିଛି। ଦ୍ୱିତୀୟ ମ୍ୟାଚ୍‌କୁ ଦଳ ୧୦୦ ରନ ଓ ତୃତୀୟ ମ୍ୟାଚ୍‌କୁ ୨୩ ରନରେ ଜିତିଥିଲା। ଆଜି ୪ର୍ଥ ମ୍ୟାଚ୍‌କୁ ୧୦ ୱିକେଟରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌ରେ ଦଳ ୧୩ ରନରେ ପରାସ୍ତ ହୋଇଥିଲା। ଗିଲ୍‌ ପ୍ରଥମଥର କ୍ୟାପ୍ଟେନ୍ସି କରୁଥିବା ବେଳେ ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜ ଜିତିବାକୁ ସକ୍ଷମ ହୋଇଛି। ଏଥିସହ ଭାରତୀୟ ଟିମର ନୂଆ ଅଧ୍ୟାୟ ଏହି ଠାରୁ ଆରମ୍ଭ ହୋଇଛି। କାରଣ ଟି-୨୦ ବିଶ୍ୱକପ ଜିତିବା ପରେ ଦଳର ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହି ସିରିଜରେ ଅଭିଷେକ ଶର୍ମା, ରିୟାନ ପରାଗ, ଧ୍ରୁବ ଜୁରେଲ, ସାଇ ସୁଦର୍ଶନ, ତୁଷାର ଦେଶପାଣ୍ଡେଙ୍କ ଭଳି ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିଲା। ସେମାନେ ମଧ୍ୟ ନିଜକୁ ମିଳିଥିବା ସୁଯୋଗର ଭରପୂର ଫାଇଦା ଉଠାଇବାକୁ ପୂରା ଚେଷ୍ଟା କରିଛନ୍ତି। ଅଭିଷେକ ଶର୍ମା ଦ୍ୱିତୀୟ ମ୍ୟାଚ୍‌ରେ ଶତକ ମାରି ନିଜ ଦକ୍ଷତାର ପରିଚୟ ମଧ୍ୟ ଦେଇଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!