ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆବୁଧାବି ଚାଲିଛି ଟି-୨୦ ବିଶ୍ୱକପ୍-୨୦୨୧ । ଆଜି ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ । ଭାରତ ୨ଟି ମ୍ୟାଚ୍ ପୂର୍ବରୁ ପରାଜୟ ହୋଇଥିଲେ ମଧ୍ୟ ଆଜି ମ୍ୟାଚ୍ କର ବା ମର ପରିସ୍ଥିତି ଦେଖା ଦେଇ । ଭାରତ ପାଇଁ ରହିଛି ଶେଷ ସୁଯୋଗ । ଆଜିର ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଯଦି ଭାରତ ଆଫଗାନିସ୍ତାନ ଠାରୁ ପରାସ୍ତ ହୁଏ ତେବେ ବିଶ୍ୱକପ୍ ରେ ସେମିଫାଇନାଲକୁ ଯିବା ଆଶା ମଉଳି ଯିବ । ଖାଲି ସେତିକି ନୁହେଁ, ବଡ଼ ବ୍ୟବଧାନରେ ମଧ୍ୟ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ । ଏହାପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୭ ତାରିଖରେ ହେବାକୁ ଥିବା ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ହେବ । ପାକିସ୍ତାନ ବିପକ୍ଷରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ଆଫଗାନିସ୍ତାନ ଆଜି ଭାରତକୁ ମଧ୍ୟ କଡ଼ା ଟକ୍କର ଦେବ। ଦଳର ବୋଲିଂ ବିଭାଗ ଉନ୍ନତ ଓ ସନ୍ତୁଳିତ । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓ ମୁଜିବ ଉର ରେହମାନ ଯେକୌଣସି ଦଳ ପାଇଁ ବିପଦ ସାଜିପାରନ୍ତି । ଏମାନଙ୍କ ସହ ମହମ୍ମଦ ନବି ଆଇପିଏଲ୍ ଖେଳୁଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଶକ୍ତି ଓ ଦୁର୍ବଳତା ସହ ଭଲ ଭାବେ ପରିଚିତ । ବ୍ୟାଟିଂ ବିଭାଗକୁ ଅଟକାଇବାର କ୍ଷମତା ଭାରତ ନିକଟରେ ରହିଛି । ତଥାପି ବୋଲରମାନଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ । ସେହିପରି ମନୋବଳ ହରାଇ ସାରିଥିବା ଭାରତୀୟ ଦଳ ସଂଗଠିତ ହେବା ଜରୁରୀ । ତେବେ ବିଶ୍ୱକପ୍ରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ୨ଥର ଭେଟିଛନ୍ତି ।
ସମ୍ଭାବ୍ୟ ଦଳ-
ଭାରତ: ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।
ଆଫଗାନିସ୍ତାନ: ହଜରତୁଲ୍ଲା ଜାଜାଇ, ମହମ୍ମଦ ସାହଜାଦ, ରହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଗୁଲବଦିନ ନାଏବ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ, ହମିଦ ହାସାନ ।






