Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଲାଇ ୧୩ ରୁ ଭାରତ ଓ ଶ୍ରୀଲଙ୍କା ସିରିଜ

by ସଞ୍ଜୟ ସ୍ୱାଇଁ
June 7, 2021
in NATIONAL NEWS, Sports
ଜୁଲାଇ ୧୩ ରୁ ଭାରତ ଓ ଶ୍ରୀଲଙ୍କା ସିରିଜ
99
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳାଯିବ। ଆଇପିଏଲ୍ ପୂର୍ବରୁ ଏହି ସିରିଜ୍ ଖେଳାଯିବ। ବିସିସିଆଇ ପକ୍ଷରୁ ଏ ପର୍ୟ୍ୟନ୍ତ ସିରିଜ୍‌ର କାର୍ୟ୍ୟସୂଚୀ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ମାତ୍ର ଅଫିସିଆଲ ବ୍ରଡକାଷ୍ଟର ସିରିଜ୍‌ କାର୍ୟ୍ୟକ୍ରମ ଘୋଷଣା କରିଛି। ଏହା ଅନୁଯାୟୀ, ଜୁଲାଇ ୧୩ରୁ ସିରିଜ୍ ଆରମ୍ଭ ହେବ ଏବଂ ଜୁଲାଇ ୨୫ରେ ଅନ୍ତିମ ମୁକାବିଲା ଖେଳାଯିବ। ପ୍ରସାରଣକର୍ତ୍ତା ଟେନ ସ୍ପୋର୍ଟ୍ସ ଏହି ସିରିଜ୍‌ର ପୂରା କାର୍ୟ୍ୟକ୍ରମ ଘୋଷଣା କରିଛି। ଭାରତର ଗସ୍ତ ଦିନିକିଆ ସିରିଜ୍‌ରୁ ଆରମ୍ଭ ହେବ। ପ୍ରଥମ ଦିନିକିଆ ଜୁଲାଇ ୧୩, ଦ୍ଵିତୀୟ ଦିନିକିଆ ଜୁଲାଇ ୧୬ ଏବଂ ତୃତୀୟ ଦିନିକିଆ ଜୁଲାଇ ୧୮ରେ ଖେଳାଯିବ। ଅନ୍ୟପଟେ ଟି-୨୦ ମୁକାବିଲା ଜୁଲାଇ ୨୧, ଜୁଲାଇ ୨୩ ଏବଂ ଜୁଲାଇ ୨୫ରେ ଖେଳାଯିବ। ସୂଚନା ଅନୁଯାୟୀ, ସମସ୍ତ ମୁକାବିଲା ଗୋଟିଏ ଷ୍ଟାଡିୟମରେ ଖେଳାଯିବ। କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏହି ସିରିଜ୍ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ସମୟରେ ବରିଷ୍ଠ ଖେଳାଳି ଇଂଲଣ୍ଡ ଗସ୍ତରେ ଥିବେ। ତେଣୁ ଶ୍ରୀଲଙ୍କା ଗସ୍ତ ପାଇଁ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯିବ। ଓପନର ଓ ବରିଷ୍ଠ ବ୍ୟାଟସମ୍ୟାନ ଶିଖର ଧାଓ୍ଵନଙ୍କୁ ଏହି ଗସ୍ତ ପାଇଁ ଅଧିନାୟକ ଦାୟିତ୍ଵ ଦିଆଯାଇପାରେ। ଆହତ ଶ୍ରେୟସ ଆୟରଙ୍କ ଖେଳିବା ନେଇ ସଂଶୟ ରହିଛି। ପୃଥ୍ଵୀ ସ, ଦେବଦତ୍ତ ପାଡିକଲ, ନୀତିଶ ରାଣାଙ୍କ ପରି ବ୍ୟାଟସମ୍ୟାନଙ୍କୁ ଦଳରେ ସାମିଲ କରାଯାଇପାରେ। ଅନ୍ୟପଟେ ଚଳିତ ବର୍ଷ ବିଶ୍ଵ କପ୍‌ ଖେଳାଯିବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!