Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଫଳାଫଳ:ପ୍ରଥମ ରାଉଣ୍ଡ ସୁଦ୍ଧା ଦ୍ରୌପତି ମୁର୍ମୁ ଆଗୁଆ

by ସଞ୍ଜୟ ସ୍ୱାଇଁ
July 21, 2022
in Breaking, State
ବିଧାନ ସଭା ସମ୍ମିଳନୀ କକ୍ଷକୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ, ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କଲେ ଦ୍ରୌପଦୀ ମୁର୍ମୁ
208
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଦେଖିବ ନୂଆ ରାଷ୍ଟ୍ରପତି । ଆଉ କିଛି ଘଣ୍ଟା ପରେ ଜଣାପଡିବ କିଏ ହେବ ଭାରତର ନୂଆ ରାଷ୍ଟ୍ରପତି । ଭୋଟ ଗଣତି ପକ୍ରିୟା ଚାଲିଛି । ଏବଂ ପ୍ରଥମ ରାଉଣ୍ଡ ଭୋଟ୍ ଗଣତି ପକ୍ରିୟା ଶେଷ ହୋଇଥିବା ବେଳେ ଏନଡିଏର ପ୍ରାର୍ଥୀନୀ ଦ୍ରୌପତି ମୁର୍ମୁ ଆଗୁଆ ଥିବା ଜଣାପୋଡିଛି । ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ହୋଇଛି । ଏବେ ଏହା ଶେଷ ହୋଇଛି । ଏହାପରେ ସବୁ ରାଜ୍ୟର ଅର୍ଥାତ ବିଧାୟକମାନଙ୍କ ଦ୍ୱାରା ଦିଆଯାଇଥିବା ଭୋଟ ଗଣତି ଆରମ୍ଭ ହେବ । ସଂସଦ ଭବନରେ ୧୮ ତାରିଖରେ ମୋଟ ୭୬୩ ଜଣ ଭୋଟ ଦେଇଥିଲେ । ୭୪୮ ବୈଧ ଭୋଟ ସଂଖ୍ୟା ରହିଛି । ସେହିପରି ୧୫ଟି ଭୋଟ ନାକଚ ହୋଇଯାଇଛି । ୭୪୮ ଭୋଟର ମୋଟ ମୂଲ୍ୟ ୫,୨୩,୬୦୦ । ୭୪୮ ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଛି । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ୭୨ ପ୍ରତିଶତ ଭୋଟ ମୁର୍ମୁଙ୍କୁ ମିଳିଛି ପ୍ରଥମ ରାଉଣ୍ଡରେ । ମୁର୍ମୁଙ୍କୁ ମିଳିଥିବା ସାଂସଦଙ୍କ ଭୋଟର ମୋଟ ମୂଲ୍ୟ ୩,୭୮,୦୦୦ ଅଟେ । ଯେତବେଳେ କି ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧,୪୫,୬୦୦ ରହିଛି । ତେବେ ଦ୍ୱିତୀୟ ପର୍ୟ୍ୟାୟରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ଆରମ୍ଭ ହେବ । ଆଲଫାବେଟ କ୍ରମରେ ରାଜ୍ୟମାନଙ୍କରେ ଭୋଟ ଗଣତି ହେବ । ଏହା ପରେ ଆଗାମୀ ୧୦ ରାଜ୍ୟରେ ବିଧାୟକଙ୍କ ଭୋଟ ଗଣତି ହେବ । ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ଫଳାଫଲ ମଧ୍ୟ ସେହିପରି ଆସୁଛି । ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ଗାଁ ମାଟି ରାଇରଙ୍ଗପୁରରେ ମଧ୍ୟ ଭିଡ଼ ଜମିବାରେ ଲାଗିଛି । ପାରମ୍ପରିକ ନୃତ୍ୟ ଗୀତରେ ଗାଁରେ ଆସର ଜମିଛି । ବିଜୟ ଉତ୍ସବ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଗାଁରେ କରାଯାଇଛି । ଲୋକମାନେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!