ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ର ସରକାର ଚାଷୀମାରଣ ନୀତିକୁ ବିରୋଧ କରି ଆସନ୍ତା କାଲି ଆଇଓଟିସି ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବା ଜଣାପଡିଛି । ଚାଷିମାନଙ୍କ ସମସ୍ୟା ନେଇ କୃଷକ ଓ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ଏହାକୁ ସମର୍ଥନ କରି ରାଜ୍ୟର ସମସ୍ତ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କୁ ଏହି ଭାରତ ବନ୍ଦରେ ସାମିଲ ହେବାକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।






