ମେଲବର୍ଣ୍ଣ, (ବାଘୁଆବାର୍ତ୍ତା): ଟି-୨୦ ବିଶ୍ଵ କପ୍ ୨୦୨୨ର ସରିଲା ସୁପର ୧୨ ମୁକାବିଲା। ଶେଷ ମୁକାବିଲାରେ ଜିମ୍ବାଓ୍ଵେକୁ ୭୧ ରନରେ ହରାଇ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଭାରତ ସେମି ଫାଇନାଲ୍ରେ ଗ୍ରୁପ-୧ର ଦ୍ଵିତୀୟରେ ଥିବା ଇଂଲଣ୍ଡକୁ ଭେଟିବ। ସୁର୍ୟ୍ୟକୁମାର ଯାଦବଙ୍କ ୬୧ ରନର ବିସ୍ଫୋରକ ଇନିଂସ ଏବଂ କେଏଲ ରାହୁଲଙ୍କ ୫୧ ରନ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।






