Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ଭାରତ-ପାକିସ୍ତାନ ମହାମୁକାବିଲା

by ସଞ୍ଜୟ ସ୍ୱାଇଁ
October 14, 2023
in NATIONAL NEWS, Sports, WORLD
ଆଜି ଭାରତ-ପାକିସ୍ତାନ ମହାମୁକାବିଲା
67
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ୱାନ୍ ଡେ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୁଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ। ସେପଟେ ପାକିସ୍ତାନର ବାବର ଆଜମ ଆଣ୍ଡ କୋ ଏହି କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିବେ। ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତର ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ମଧ୍ୟରେ ହେବ କଡ଼ା ମୁକାବିଲା। ଉଭୟ ଟିମରେ ରହିଛନ୍ତି ଗେମ୍ ଚେଞ୍ଜର୍ ଓ ଅଭିଜ୍ଞ ଖେଳାଳି। ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟ ଫ୍ୟାନ। ପାକିସ୍ତାନ ଟିମ୍‌ରେ ସାହିନ ଶାହ ଆଫ୍ରିଦ, ହାରିଶ ରୌଫ ଏବଂ ହାସନ ଅଲ୍ଲୀଙ୍କ ଭଳି ବୋଲର ଥିବା ବେଳେ ଭାରତ ପାଖରେ ରୋହିତ, ବିରାଟ କୋହଲି, ରାହୁଲଙ୍କ ଭଳି ବ୍ୟାଟର୍ସ ବି ଅଛନ୍ତି। ତେଣୁ ବିଶ୍ୱକପରେ ଏ ପର୍ଯ଼୍ୟନ୍ତ ଅନବିଟେନ ଥିବା ଟିମଇଣ୍ଡିଆ ନିଜ ରେକର୍ଡକୁ କାଏମ ରଖି ପାରୁଛି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର। ହେଲେ ବି ଲଢେଇ ତ ଜୋରଦାର ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଭାରତ ସପକ୍ଷରେ ସର୍ବାଧିକ ସ୍କୋର ୩୩୬ ଥିବା ବେଳେ ପାକିସ୍ତାନର ସର୍ବାଧିକ ସ୍କୋର ୨୭୩ ରହିଛି। ସେହିପରି ପାକିସ୍ତାନର ସର୍ବନିମ୍ନ ସ୍କୋର ଭାରତ ବିପକ୍ଷରେ ୧୭୩। ଭାରତର ସର୍ବନିମ୍ନ ସ୍କୋର ୨୧୬। ଏସିଆ କପରେ ପାକିସ୍ତାନକୁ ଭାରତୀୟ ଟିମ ପରାଜିତ କରିଥିବାରୁ ଖେଳାଳିଙ୍କ ମନୋବଳ ସୁଦୃଢ ରହିଛି। ଚଳିତ ବିଶ୍ୱକପରେ ଭାରତୀୟ ଟିମ୍‌ ନମ୍ବର ୱାନ୍‌ ଟିମ୍‌ ହୋଇଥିବା ବେଳେ ପ୍ରଦର୍ଶନ ମଧ୍ୟ ଦମଦାର ରହିଛି । କପ୍ତାନ ହିଟମ୍ୟାନ ବି ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ ହେଲା ପରେ ବି ଜବରଦସ୍ତ କମବ୍ୟାକ କରି ଆଫଗାନିସ୍ତାନ ମ୍ୟାଚରେ ସେ ନିଜ କମାଲ ଦେଖାଇ ଦେଇଛନ୍ତି । ଏହାବାଦ ବିରାଟ କୋହଲି , ଇଶାନ କିଷନ ଓ ଶ୍ରେୟାସ ଆୟାର ବି ଜବରଦସ୍ତ ଫର୍ମରେ ଅଛନ୍ତି । ଭାରତର ବୋଲିଂ ସାଇଡ ବି ଖୁବ୍‌ ଷ୍ଟ୍ରଙ୍ଗ ଅଛି। ବୁମ ବୁମ ବୁମରା ମାପିଚୁପି ବୋଲିଂ କରୁଛନ୍ତି, ସିରାଜ, ଚାଇନମ୍ୟାନ କୁଲଦୀପ ଯାଦବ ବି ଜବରଦସ୍ତ ଫର୍ମରେ ଅଛନ୍ତି । ଅପରପକ୍ଷେ, ପାକିସ୍ତାନ ବି ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଛଡାଇ ଆଣିବା ପରେ ସେ ବି ବିଶ୍ୱକପ ଜିତିବାର ବଡ ଦାବିଦାର ବୋଲି ଦେଖାଇଦେଇଛି । ତେଣୁ ପାକିସ୍ତାନକୁ ଭାରତ କେବେ ବି ସହଜରେ ନେବ ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!