Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାମ୍ପିଅନ୍ସ ଟ୍ରଫି ବିଜେତାଙ୍କୁ ମିଳିବ ଛପରଫାଡ ଟଙ୍କା

by ସଞ୍ଜୟ ସ୍ୱାଇଁ
March 8, 2025
in NATIONAL NEWS, Sports, WORLD
ଚାମ୍ପିଅନ୍ସ ଟ୍ରଫି ବିଜେତାଙ୍କୁ ମିଳିବ ଛପରଫାଡ ଟଙ୍କା
193
VIEWS
Share on FacebookShare on Twitter

ମୁମ୍ୱାଇ, (ବାଘୁଆବାର୍ତ୍ତା): ମାର୍ଚ୍ଚ ୯, ରବିବାର । ଖେଳାଯିବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ । ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ଦଳ । ମ୍ୟାଚ୍ ମାର୍ଚ୍ଚ ୯ (ରବିବାର) ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭାରତୀୟ ସମୟ ଅନୁସାରେ, ଏହି ମ୍ୟାଚ୍ ଅପରାହ୍ନ ୨.୩୦ ରେ ଆରମ୍ଭ ହେବ। ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଏହି ସମୟରେ, ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ପରାସ୍ତ କରି ଟାଇଟଲ ମୁକାବିଲାରେ ପ୍ରବେଶ କରିଛି। ଚାମ୍ପିଅନ୍ସଙ୍କ ଉପରେ ଟଙ୍କା ବର୍ଷା: – ଏଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଜିତିଥିବା ଦଳ ନିଶ୍ଚିତ ଭାବରେ କୁବେର ହେବେ । ଏହା ବ୍ୟତୀତ, ଯେଉଁ ଦଳ ହାରୁଛି, ସେ ବି ମାଲାମାଲ ହେବେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୂର୍ବରୁ ପୁରସ୍କାର ରାଶି ଘୋଷଣା କରିଥିଲା । ଆଇସିସି, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାଇସ୍ ମନି ପୂର୍ବରୁ ହିଁ ଘୋଷଣା କରିସାରିଛି । ଚାମ୍ପିୟନ୍ସ ଟ୍ରଫି ଜିତିଲେ, ଭାରତୀୟ ଟିମକୁ ମିଳିବ ପ୍ରାୟ ୨.୨୪ ମିଲିୟନ୍ ଡଲାର । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ହେଉଛି ୧୯ କୋଟି ୪୮ ଲକ୍ଷ ଟଙ୍କା । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ରନର୍ସ ଅପ୍ ହେଇଥିବା ଟିମକୁ ମିଳିଥିବ ୯ କୋଟି ୭୪ ଲକ୍ଷ ଟଙ୍କା । ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ୍ସ ଆଉ ରନର୍ସଅପ୍ ସହିତ ସେମିଫାଇନାଲ ହାରିଥିବା ଟିମକୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା । ସେମିଫାଇନାଲ ହାରିଥିବା ଦୁଇ ଟିମକୁ ୪ କୋଟି ୮୭ ଲକ୍ଷ ଟଙ୍କା ମିଳିବ । ଅର୍ଥାତ ଅଷ୍ଟ୍ରେଲିଆ ସହିତ ସାଉଥ୍ ଆଫ୍ରିକା ଟିମ୍ ସେମିଫାଇନାଲ ହାରିଥିଲେ ବି, ଆଇସିସି ପାଖରୁ କୋଟି କୋଟି ଟଙ୍କା ପାଇବେ । ଏହାସହିତ ଟୁର୍ଣ୍ଣାମେଣ୍ଟରେ ୫ମ ଓ ୬ଷ୍ଠ ସ୍ଥାନରେ ଥିବା ଟିମକୁ ୩ କୋଟି ୪ ଲକ୍ଷ ଟଙ୍କା, ଏବଂ ୭ମ ଏବଂ ୮ମ ସ୍ଥାନରେ ଥିବା ଟିମକୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିବ ବୋଲି ଆଇସିସି ଧାର୍ୟ୍ୟ କରିଛି । ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରତିଟି ମ୍ୟାଚ୍ ପ୍ରତିଟି ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଗ୍ରୁପ୍ ଷ୍ଟେଜରେ ମ୍ୟାଚ୍ ଜିତୁଥିବା ପ୍ରତିଟି ଟିମକୁ ୨୯ ଲକ୍ଷ ୬୧ ହଜାର ଟଙ୍କା ମିଳିଥାଏ । ଏହା ସହ ୮ଟି ଯାକ ଟିମକୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ୧ କୋଟି ୮ ଲକ୍ଷ ଟଙ୍କା ମିଳିଥାଏ । ଏହି ସବୁ ପ୍ରାଇସ୍ ମନି ପାଇଁ ଆଇସିସି ପାଖାପାଖି ୬୦ କୋଟି ଟଙ୍କା ଖର୍ଚ୍ଚ କରିବ, ଯାହାକି ୨୦୧୭ ତୁଳନାରେ ପାଖାପାଖି ୫୩ ପ୍ରତିଶତ ଅଧିକ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!