Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପରୁ ଟିମ ଇଣ୍ଡିଆ ଆଉଟ

by ସଞ୍ଜୟ ସ୍ୱାଇଁ
November 10, 2022
in Sports, WORLD
ଟି-୨୦ ବିଶ୍ୱକପରୁ ଟିମ ଇଣ୍ଡିଆ ଆଉଟ
195
VIEWS
Share on FacebookShare on Twitter

ଆଡିଲେଡ, (ବାଘୁଆବାର୍ତ୍ତା): ଭାରତର ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ପୁଣିଥରେ ଅଧାରେ ରହି ଯାଇଛି। ୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଅଷ୍ଟ୍ରେଲିଆରେ ଟ୍ରଫି କବଜା କରିବ ଭାରତ। ହେଲେ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ରୋହିତ ଶର୍ମା ଆଣ୍ଡ କୋ। ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଯାଇଛି। ଏବେ ଇଂଲଣ୍ଡ ରବିବାର ପାକିସ୍ତାନ ବିପକ୍ଷରେ ଟ୍ରଫି ପାଇଁ ଟକ୍କର କରିବ। ଉଭୟ ପାକିସ୍ତାନ ଓ ଇଂଲଣ୍ଡ ଗ୍ରୁପ ପର୍ୟ୍ୟାୟରୁ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ଥିଲେ। ପାକିସ୍ତାନ ପ୍ରତିପକ୍ଷ ଜିମ୍ବାୱେ ଓ ଇଂଲଣ୍ଡ ସୁପର ୧୨ରେ ଆୟର୍ଲ୍ୟାଣ୍ତ ଠାରୁ ହାରିଥିଲା। କିନ୍ତୁ ଏବେ ଦୁଇ ଦଳ ଫାଇନାଲରେ ପହଞ୍ଚିବା ସହ ଟ୍ରଫି ପାଇଁ ମୁହାଁମୁହିଁ ହେବେ। ପାକିସ୍ତା ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ବେଳେ ଇଂଲଣ୍ଡ ଆଜି ଭାରତକୁ ହରାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ୩୩ ବଲରେ ୬୩ ରନର ଇନିଂସ ଖେଳିଥିଲେ। ହେଲେ ତାଙ୍କର ଏହି ଇନିଂସକୁ ବେକାର କରି ଦେଇଛନ୍ତି ଆଲେକ୍ସ ହେଲ୍ସ ଓ ଜୋଶ ବଟଲର। ଉଭୟ ଆରମ୍ଭରୁ ଦମଦାର ବ୍ୟାଟିଂ କରିବା ସହ ଭାରତକୁ ପୂରା ମ୍ୟାଚ୍‌ରେ କମବ୍ୟାକ୍‌ କରିବାର କୌଣସି ସୁଯୋଗ ଦେଇନାହାନ୍ତି। ବିଶେଷ କରି ଆଜି ହେଲ୍ସଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଛି। ସେ ପ୍ରଥମେ ୨୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବଡ଼ ବଡ଼ ଶଟ ଖେଳି ଶୀଘ୍ର ମ୍ୟାଚ୍‌ ଶେଷ କରିବା ମୁଡକୁ ଚାଲି ଆସିଥିଲେ। ତାଙ୍କୁ ବଟଲର ଭରପୂର ସହଯୋଗ କରିଥିଲେ। ସେ ମଧ୍ୟ ମଝିରେ ମଝିରେ ଚୌକା ଓ ଛକା ମାରି ଭାରତ ଉପରେ ଚାପ ବଳବତ୍ତର ରଖିଥିଲେ। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରମାଗତ ବଲରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ମାତ୍ର ୩୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ମହମ୍ମଦ ଶାମିଙ୍କୁ ଛକା ମାରି ଇଂଲଣ୍ଡର ସ୍କୋରକୁ ୧୫୦ ପାର କରାଇଥିଲେ। ଇଂଲଣ୍ଡର ଓପନିଂ ଯୋଡ଼ିକୁ ଭାଙ୍ଗିବା ପାଇଁ ଅଧିନାୟକ ରୋହିତ ଶର୍ମା ବୋଲିଂରେ ଏକାଧିକ ପରିବର୍ତ୍ତନ କରିଥିଲେ। କିନ୍ତୁ କେହି ବି ସଫଳତା ଦେବେକୁ ସକ୍ଷମ ହୋଇ ନଥିଲେ। ପୂରା ମ୍ୟାଚ୍‌ରେ ୧୫ତମ ଓଭରରେ ହିଁ ଭାରତ କେବଳ ୨ ରନ ଖର୍ଚ୍ଚ କରିଥିଲା। ଏହି ଓଭରଟି ଅକ୍ଷର ପଟେଲ ପକାଇଥିଲେ। ହେଲେ ବାକି ସବୁ ଓଭରରେ ଇଂଲଣ୍ଡ ୮ରୁ ଅଧିକ ରନ ହାସଲ କରିଥିଲା। ୧୬ତମ ଓଭରର ଶେଷ ବଲରେ ବଟଲର ଚମତ୍କାର ଢଙ୍ଗରେ ଶାମିଙ୍କୁ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। ବଟଲର ଶେଷ ଯାଏ ୪୯ ବଲରେ ୮୦ ଓ ହେଲ୍ସ ୪୭ ବଲରେ ୮୬ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ୧୦ ୱିକେଟରେ ୨୪ ବଲ ପୂର୍ବରୁ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!