ଅହମ୍ମଦାବାଦ,(ବାଘୁଆବାର୍ତ୍ତା): ଅହମ୍ମଦାବାଦରେ ଚାଲିଥିବା ଦିନିକିଆ ସିରିଜ୍ ପ୍ରଥମ ଥର ଭଳି ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି । ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ପକ୍ଷରୁ କାମଚଳା ଅଧିନାୟକ ଭାବେ ଜୋସ୍ ବଟ୍ଟଲର ବୋଲିଂ କରିବାର ନିଷ୍ପତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବ । ତେଣୁ ଦିନିକିଆ ସିରିଜ୍ ର ପ୍ରଥମ ମ୍ୟାଚରେ ଆହାତ ହୋଇଥିବା ଭାରତର ଶେୟସ ଆୟରଙ୍କ ବଦଳରେ ପନ୍ଥଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି । ଦିନିକିଆ ସିରିଜରେ ଭାରତ ଗୋଟିଏ ମ୍ୟାଚ୍ ଜିତି ଆଗୁଆ ଥିବା ବେଳେ ଇଂଲଣ୍ଡ ଏହି ମ୍ୟାଚକୁ ବିଜୟୀ ହେବା ପାଇଁ କଳେ ବଳେ ଚେଷ୍ଟା ଜାରି ରଖିବ ବୋଲି ସୂଚନା ମିଳିଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଭାରତ ୩୬ଓଭର ଖେଳି ମୂଲ୍ୟବାନ ୱିକେଟ୍ ୧୭୬ରନ କରି ବ୍ୟାଟିଂ ଜାରି ରହିଛି । ରୋହିତ ଶର୍ମା ୨୫ରନ୍, ଶିଖର ଧାୱନ ୪ରନ୍, ବିରାଟ କୋହିଲ ୬୬ରନ୍କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୭୦ରନ ଓ ପନ୍ଥ ୭ରନ କରି ନଟଆଉଟ୍ ଥିବା ଜଣାପଡିଛି ।






