Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍: ମୟଙ୍କ ଅପରାଜିତ ଶତକରେ ଭାରତ ୨୨୧/୪

by ସଞ୍ଜୟ ସ୍ୱାଇଁ
December 3, 2021
in Sports
ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍: ମୟଙ୍କ ଅପରାଜିତ ଶତକରେ ଭାରତ ୨୨୧/୪
74
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅନ୍ତିମ ଟେଷ୍ଟ । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମରୁ ସାମାନ୍ୟ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ବିକେଟ ହରାଇ ସଂଗ୍ରହ କରିଛି ୨୨୧ ରନ । ମୟଙ୍କ ଅଗ୍ରଓ୍ବାଲଙ୍କ ଦମଦାର ଅପରାଜିତ ଶତକ ବଳରେ ବଡ ସ୍କୋର ଆଡକୁ ଅଗ୍ରସର ହେଉଛି ଦଳ । ପ୍ରଥମରୁ ହିଁ ଭଲ ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଏବଂ ଶୁଭମାନ ଗିଲ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ପ୍ରଥମ ଓ୍ବିକେଟ ଯୋଡିରେ ଉଭୟ ୮୦ ରନ କରିଥିଲେ । ଶୁଭମାନ ଗିଲ ସେଟ୍ ହୋଇସାରିଥିଲେ କିନ୍ତୁ ଖରାପ ସଟ୍ ଖେଳି ୪୪ ରନ କରି ଆଉଟ ହୋଇଛନ୍ତି । ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ବର ପୂଜାରା ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିପାରିନାହାନ୍ତି । ଏକଦା ୭୯ ରନରେ କୌଣସି ଓ୍ବିକେଟ ହରାଇଥିବା ଦଳ ୮୦ ରନରେ ୩ଟି ଓ୍ବିକେଟ ପଡିଥିଲା । ଗୋଟିଏ ପଟେ ମୟଙ୍କ ଅଗ୍ରଓ୍ବାଲ ଧୈର୍ୟ୍ୟର ସହ ବ୍ୟାଟିଂ ଜାରି ରଖିଛନ୍ତି । ସେ ୨୪୬ ବଲ ଖେଳି ୧୪ ଚୌକା ଏବଂ ୪ଟି ଛକା ସହାୟତାରେ ୧୨୦ ରନ କରି ଅପରାଜିତ ଅଛନ୍ତି । ଶ୍ରେୟସ ଆୟର ବ୍ୟକ୍ତିଗତ ୧୮ରନ କରି ଆଉଟ ହୋଇଛନ୍ତି । ରିଦ୍ଧିମାନ ଶାହା ୨୫ ରନ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଏକ ମାତ୍ର ସଫଳ ବୋଲର ଭାବେ ଏଜାଜ୍ ପଟେଲ ୨୯ ଓଭର ବୋଲିଂ କରି ୭୩ ରନ ଦେଇ ସମସ୍ତ ୪ଟି ଯାକ ଓ୍ବିକେଟ ନେଇଛନ୍ତି । ସେହିଭଳି ଟିମ ସାଉଦୀ ୧୫ ଓଭରରେ ୨୯ ରନ ଦେଇଥିବା ବେଳେ, କାଇଲ ଜିମିସନ୍ ୯ଓଭରରେ ୩୦ ରନ, ଓ୍ବିଲ ସୋମରଭିଲ୍ଲେ ୮ ଓଭରରେ ୪୬ରନ, ରଚିନ୍ ରବିନ୍ଦ୍ର ୪ ଓଭରରେ ୨୦ରନ ଏବଂ ଡାରିଲ ମିଚେଲ ୫ ଓଭରରେ ୯ରନ ଦେଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!