ଇସଲମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼ । ଏକ ରାଜନୈତିକ କାର୍ୟ୍ୟକ୍ରମ ଚାଲିଥିଲାବେଳେ ହୋଇଛି ଗୁଳିମାଡ । ଗୁଳି ମାଡରେ ଇମ୍ରାନ ଖାନ୍ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡିଛି । ପାକିସ୍ତାନର ଓ୍ବାଜିରାବାଦ୍ରେରେ ରାଲି ଚାଲିଥିଲାବେଳେ ଘଟିଛି ଗୁଳିମାଡ । ଗୁଳିମାଡ କରିଥିବା ଅପରାଧିକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।





