Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌

by ସଞ୍ଜୟ ସ୍ୱାଇଁ
March 7, 2023
in WORLD
ବନ୍ଧା ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌
110
VIEWS
Share on FacebookShare on Twitter

ଲାହୋର, (ବାଘୁଆବାର୍ତ୍ତା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଗିରଫ ନିଶ୍ଚିତ । ତାଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନାକୁ ରଦ୍ଦ ପାଇଁ ଇସ୍‌ଲାମାବାଦ କୋର୍ଟ ମନା କରିଦେଇଛନ୍ତି । ଗତ ସପ୍ତାହରେ ଇମ୍ରାନ୍ କୋର୍ଟରେ ହାଜର ନ ହେବାରୁ ଗିରଫ ପରୱାନା ଜାରି ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରିବା ଲାଗି ଇସ୍‌ଲାମାବାଦ ପୁଲିସ ତାଙ୍କ ଲାହୋରସ୍ଥିତ ବାସଭବନକୁ ଯାଇଥିଲା । ହେଲେ ପୁଲିସକୁ ଚକ୍‌ମା ଦେଇ ପଳାଇବାରେ ସମର୍ଥ ହୋଇଥିଲେ ସେ । ଅନ୍ୟପକ୍ଷରେ ଇମ୍ରାନ୍ ନିଜ ସୁରକ୍ଷା ପାଇଁ ପାକିସ୍ତାନର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । କୋର୍ଟରେ ହାଜର ବେଳେ ତାଙ୍କ ଲାଗି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସେ ନେହୁରା ହୋଇଛନ୍ତି । ପାକିସ୍ତାନୀ ନ୍ୟୁଜ୍ ୱେବ୍‌ସାଇଟ୍ ଏକ୍ସପ୍ରେସ ଟ୍ରିବ୍ୟୁନ୍ ମୁତାବକ ଇମ୍ରାନ୍ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ମୁଁ ଏକ ବଡ଼ କଥା ଆପଣଙ୍କ ଧ୍ୟାନକୁ ଆଣିବାକୁ ଚାହୁଁଛି । ମୋ ବିରୋଧରେ ଅନେକ ଏଫ୍‌ଆଇଆର୍ ରୁଜୁ ହୋଇଛି । ମୋତେ ବାରମ୍ବାର ହତ୍ୟା ଧମକ ମିଳୁଛି । ବିଶେଷକରି କୋର୍ଟରେ ହାଜର ହେବା ସମୟରେ ମୋ ଉପରେ ଆକ୍ରମଣ ହେବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ମୋ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଅତି ଜରୁରି ହୋଇପଡ଼ିଛି । ଉଲ୍ଲେଖଯୋଗ୍ୟ, ରବିବାର ଇମ୍ରାନ୍‌ଙ୍କୁ ଗିରଫ ପାଇଁ ଇସ୍‌ଲାମାବାଦ ପୁଲିସ ଲାହୋରସ୍ଥିତ ତାଙ୍କ ବାସଭବନ ଯାଇଥିଲା । କିନ୍ତୁ ସେତେବେଳକୁ ସେ ଛୁ ମାରି ସାରିଥିଲେ । ଇମ୍ରାନ୍‌ଙ୍କୁ ନ ପାଇ ପୋଲିସ ଖାଲି ହାତରେ ଫେରିଥିଲା । ତେବେ ଅଦାଲତଙ୍କ ନୋଟିସକୁ ଇମ୍ରାନ୍‌ଙ୍କ ଲୋକମାନେ ଗ୍ରହଣ କରିଥିଲେ । ମାର୍ଚ୍ଚ ୭ରେ ଇମ୍ରାନ୍ କୋର୍ଟରେ ହାଜର ହେବେ ବୋଲି ସେମାନେ କହିଥିଲେ । ପୋଲିସ ଫେରିଯିବାର କିଛି ଘଣ୍ଟା ପରେ ଇମ୍ରାନ୍ ବାହାରକୁ ଆସିଥିଲେ । ଏହି ସମୟରେ ସେ ନିଜ ସମର୍ଥକ ଏବଂ ପିଟିଆଇ କର୍ମକର୍ତ୍ତାମାନଙ୍କୁ ସମ୍ବୋଧନ କରି ସରକାର, ପୁଲିସ, ଆଇଏସ୍‌ଆଇ, ସେନାକୁ ଜୋରଦାର ହମ୍‌ଲା କରିଥିଲେ । ତେବେ ଇମ୍ରାନ୍ କୌଣସିମତେ ଗିରଫଦାରିକୁ ଏଡ଼ାଇ ପାରିବେ ନାହିଁ । ଏଥିପାଇଁ ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସ ପ୍ରସ୍ତୁତ କରାଯାଇଛି । ସେପଟେ ନିଜ ଗିରଫଦାରିକୁ ଏଡ଼ାଇବା ପାଇଁ ଇମ୍ରାନ୍ ଖାନ୍ ନିଜ ସମର୍ଥକଙ୍କ ସହାୟତା ନେଇଛନ୍ତି । ଲାହୋରସ୍ଥିତ ନିଜ ଘର ଜମାନ ପାର୍କ ବାହାରେ ସେ ହଜାର ହଜାର ସମର୍ଥକଙ୍କୁ ଏକଜୁଟ କରାଇଛନ୍ତି । ସେମାନେ ଗିରଫକୁ ବିରୋଧ କରୁଛନ୍ତି । ଚାରିପଟୁ ତାଙ୍କ ସମର୍ଥକମାନେ ଲାଠି ଧରି ଛିଡ଼ା ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମହିଳା ବି ରହିଛନ୍ତି । ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!