ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଇକିରି ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକାରୀ ସାହୁଙ୍କ ତତ୍ବାବଧାନରେ ଇକିରି ପଞ୍ଚାୟତ ପରିସରରେ ଥିବା ସମ୍ମିଳନୀ ଗୃହରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗାଁର ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଅଭିଯୋଗ ନେଇ ବିଡ଼ିଓଙ୍କ ପାଖରେ ଉପସ୍ଥାପନ କରିଥିଲେ । ତେବେ ତତ୍ କ୍ଷଣାତ ୩୦ଟି ଅଭିଯୋଗର ସମାଧାନ କରିବା ସହ ଅନ୍ୟାନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ ଯଥାଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗାଁ ପାଖରେ ଅଭିଯୋଗର ସମାଧାନ ହେବା ପରେ ଅଭିଯାଗକାରୀ ଉତ୍ସାହିତ ହୋଇଥିବା ଜଣାପଡିଛି । ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ସରପଞ୍ଚ ରଞ୍ଜିତା ଦାସ, ସମିତି ସଭ୍ୟା ପୁଷ୍ପଲତା ରାଉଳ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସତ୍ୟନାରାୟଣ ଭୋଇ, ସମସ୍ତ ଲାଇନ ଡିପାର୍ଟମେଣ୍ଟର ବ୍ଲକ୍ ସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।






