ନୟାଗଡ଼ (ବାଘୁଆବାର୍ତ୍ତା): ବାଣୀଗୋଛା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ବୈଦ୍ୟନାଥ ଭୋଇଙ୍କୁ ବାଣୀଗୋଛା ଥାନା ରେସ୍ଥାନିତ କରାଯାଇଛି ।ନୟାଗଡ ହେଡ କ୍ୱାର୍ଟରକୁ ଶ୍ରୀଯୁକ୍ତ ପଟ୍ଟାୟତଙ୍କର ବଦଳି ହୋଇଛି। ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନାମରେ ବେଆଇନ କୋଟରା ଛୁଆ ରଖିବା ଅଭିଯୋଗ ହୋଇଥିବା ବେଳେ କରୋନା ଲକ୍ଡ଼ାଉନ ସମୟରେ ସମ୍ପର୍କୀୟଙ୍କ ସୁଧ କ୍ରିୟାରେ ଯୋଗ ଦେବାକୁ ଯାଉଥିବା ପୋଲିସ ଦମ୍ପତି ବିରେନ ମାଝୀ ଏବଂ ତାଙ୍କ ସହଧର୍ମିଣୀ ଙ୍କୁ ଆଇଆଇସି ମାଡ଼ ମାରିବା ଘଟଣାରେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ତାଙ୍କ ନାମରେ ମୋକଦ୍ଦମା ହେବା ପରେ ସେ ଛୁଟିରେ ଥଲେ ଏବଂ ଗତ କିଛିଦିନ ତଳେ ବାଣୀଗୋଛା ଥାନା ଏଏସଆଇ ଲଳିତ ବେହେରା ଭିଜ଼ିଲାନ୍ସ ହାତ ରେ ଧର ପଡି ଗିରଫ ହେବାପରେ ବାଣୀଗୋଛା ଥାନାରେ ଅଫିସର ଅଭାବ ଲାଗି ରହିଥିଲା। ନୟାଗଡ଼ ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ଏହି ବଦଳି ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।