ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରୁ ତିନିଜଣ ଇନ୍ସପେକ୍ଟରଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରୁ ନୟାଗଡ଼ ଜିଲ୍ଲାରେ ଜଣଙ୍କୁ ନୟାଗଡ଼ ବଦଳି ହୋଇଛି। ପୁଲିସ ମହାନିର୍ଦ୍ଦେଶକ ରାଜ୍ୟ ପୁଲିସ ସ୍ତରରେ ଅଦଳ ବଦଳ କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଓଡ଼ଗାଁ ଆଦର୍ଶ ଥାନାର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଇଟାମାଟି ଥାନାର ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲାକୁ ବଦଳି କରାଯାଇଛି l ସେହିପରି ଭାବେ ନୟାଗଡ଼ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଆଇଆଇସି କାନ୍ଦବିନି ପରିଡ଼ାଙ୍କୁ କଟକ ଜିଲ୍ଲାକୁ ବଦଳି କରାଯାଇଛି l ସେହିପରି ଭାବେ ଖୋର୍ଦ୍ଧା ଜିଲ୍ଲାର ଆଇଆଇସି ଅନିତା ସାହୁଙ୍କୁ ନୟାଗଡ଼ ଜିଲ୍ଲା ପୁଲିସକୁ ବଦଳି କରାଯାଇଛି l ଜଗତସିଂହପୁରରେ କାର୍ଯ୍ୟରତ ଏସଆଇ ଦୁଃଖିଶ୍ୟାମ ସେଠୀଙ୍କୁ ନୟାଗଡ଼ ଜିଲ୍ଲା ପୁଲିସରେ ସାମିଲ କରାଯାଇଥିବା ସୂଚନା ମିଳିଛି।






