ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ପୋଲିସ ପକ୍ଷରୁ ଗତ ୨୪ତାରିଖରେ ଆଇଆଇସି ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି । ଅଦଳବଦଳ ହେବା ପରେ ତୁରନ୍ତ ନିଯୁକ୍ତ ହୋଇଥିବା ଥାନାରେ ଯୋଗ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଆରକ୍ଷୀ ଅଧିକ୍ଷକ । ନିର୍ଦ୍ଦେଶ କ୍ରମେ ଆଜି ବାଣିଗୋଛା ଥାନାରେ ଆଇଆଇସି ସଞ୍ଜୟ କୁମାର ମଲ୍ଲିକ ଆଇଆଇସି ମୁକେଶ କୁମାର ବେହେରାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେହିପରି ଭାବେ ଦଶପଲ୍ଲା ଥାନର ନୂତନ ଆଇଆଇସି ଭାବେ ବସନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ ଆଇଆଇସି ମୁକେଶ କୁମାର ବେହେରା ଚାନ୍ଦପୁର ଥାନାର ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି ।






