ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ତାର କାୟା ବିସ୍ତାରି ଚାଲିଥିବା ବେଳେ ବହୁ କରୋନା ଯୋଦ୍ଧା ସଂକ୍ରମିତ ହେଉଥିବା ଜଣାଯାଇଛି । ଏଭଳି ସ୍ଥିତିରେ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସଂଗ୍ରାମ କରି ଆସିଥିବା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ସେ କିଛି ମାସ ପୂର୍ବରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ସଫଳତାର ସହ କାର୍ଯ୍ୟକରି ସୁନାମ ଅର୍ଜ୍ଜନ କରିଥିଲେ । ଫଳରେ ଏହି ଖବର ଜଣାପଡ଼ିବା ପରେ ତାଙ୍କ ନିକଟ ସଂମ୍ପର୍କୀୟମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।






