ସୁନ୍ଦରଗଡ଼,(ବାଘୁଆବାର୍ତ୍ତା): ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଉଲକେଲା ଗସ୍ତ କରିଥିଲେ । ରାଉଲକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଇଜିଏଚ୍ ସୁରପସ୍ପେସାଲିଟ୍ ହସ୍ପିଟାଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଇଜିଏଚ୍ ସୁପରସ୍ପେସାଲିଟ୍ ହସ୍ପିଟାଲକୁ ସମର୍ପିତ କରିଛନ୍ତି । ତତସହିତ ରାଉଲକେଲାର ଅର୍ଥ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିନ୍ଦୀରେ ବୁଝାଇଛନ୍ତି । ଏହି ସମାବର୍ତ୍ତନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସେଲଅଧ୍ୟକ୍ଷା ସୋମା ମଣ୍ଡଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।






