Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନକୁ ଘାଇଲା କଲେ ଭାରତୀୟ ବୋଲର୍

by ସଞ୍ଜୟ ସ୍ୱାଇଁ
October 6, 2024
in NATIONAL NEWS, Sports
ପାକିସ୍ତାନକୁ ଘାଇଲା କଲେ ଭାରତୀୟ ବୋଲର୍
154
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଟି-୨୦ ମହିଳା ବିଶ୍ୱକପରେ କମାଲ୍ ଦେଖାଇଛନ୍ତି ଭାରତୀୟ ବୋଲର। ୧୦୫ ରନରେ ପାକିସ୍ତାନକୁ ଅଟକାଇବାରେ ସଫଳ ହୋଇଛନ୍ତି। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଛି ପାକିସ୍ତାନ। ଫଳରେ ଭାରତ ଆଗରେ ୧୦୬ ରନର ବିଜୟ ଲକ୍ଷ୍ୟ ରହିଛି। ଅରୁନ୍ଧତୀ ରେଡ୍ଡୀ ସର୍ବାଧିକ ତିନି ୱିକେଟ ନେଇ ଥିବାବେଳେ ଶ୍ରେୟଙ୍କା ପାଟିଲ ଦୁଇ, ରେଣୁକା ଠାକୁର, ଦୀପ୍ତି ଶର୍ମା ଏବଂ ଆଶା ଶୋଭନା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ଦଳ ପକ୍ଷରୁ ମୁନୀବ ଅଲି ଏବଂ ଗୁଲ୍ ଫିରୋଜ ଓପନିଂ କରିଥିଲେ। ମାତ୍ର ଆରମ୍ଭରୁ ଭାରତୀୟ ବୋଲଙ୍କ ଆଟାକିଂ ବୋଲିଂର ଶିକାର ହୋଇଥିଲେ ପାକିସ୍ତାନ ବାହିନୀ। ଦଳ ମାତ୍ର ଏକ ରନ୍ କରି ଥିବାବେଳେ ଫିରୋଜଙ୍କୁ ପାଭିଲିଅନ ରାସ୍ତା ଦେଖାଇଥିଲେ ରେଣୁକା ସିଂହ। ଫିରୋଜ ଖାତା ଖୋଲି ପାରିନଥିଲେ। ଏହାପରେ ସିଦ୍ରା ଅମିନ ମୁନୀବଙ୍କ ସାଥ୍ ଦେଇଥିଲେ। ମାତ୍ର ସେ ବି ବେଶି ସମୟ ତିଷ୍ଠି ପାରିନଥିଲେ। ମାତ୍ର ୮ ରନ୍ କରି ଅରୁନ୍ଧତୀ ରେଡ୍ଡୀଙ୍କ ଶିକାର ହୋଇଥିଲେ। ଅନ୍ୟ କୌଣସି ବ୍ୟାଟର ମଧ୍ୟ ବଡ଼ ବଡ଼ ଶର୍ଟ୍ସ ଖେଳି ପାରିନଥିଲେ। କେବଳ ନିଦ୍ରା ଦାର ସର୍ବାଧିକ ୨୮ ରନ୍ କରିଥିଲେ। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିୟମରେ ୧୦୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି ପାକିସ୍ତାନ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!