Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାହାଘର

by Anil Panda
April 27, 2020
in Breaking, Lifestyle
ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାହାଘର
36
VIEWS
Share on FacebookShare on Twitter

କନ୍ୟାଦାନ କଲେ ଉପଜିଲ୍ଲାପାଳ


ନୟାଗଡ଼,(ବାଘୁଆବାର୍ତ୍ତା): ନା’ ଥିଲା ବାଜା, ନା’ ଥିଲା ବାଣ । ସାଙ୍ଗରେ ବରଯାତ୍ରୀ ନଥିଲେ କି, ପୂରୋହିତ ବି ନଥିଲେ । ତଥାପି ହୋଇଛି ବାହାଘର । ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କୋଠରୀରେ ଏମିତି ଏକ ନିଆରା ବାହାଘର ସମାପନ ହୋଇଛି । ଏହି ବାହାଘରରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କନ୍ୟାପିତା ସାଜି କନ୍ୟାଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବର ପିତା ସାଜିଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ପାଟୁଳିସାହି ଗ୍ରାମର ରାଧା ଚରଣ ସାହୁଙ୍କ ପୁଅ ଟୁଟୁ ସାହୁ ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଗତ ଡିସେମ୍ବର ମାସରେ ନୂଆଗାଁ ବ୍ଲକ ଢେଙ୍କେଣା ପଂଚାୟତ ରାଇପୁର ଗ୍ରାମର କବିରାଜ ସାହୁଙ୍କ କନ୍ୟା ଦିପାଞ୍ଜଳୀ ସାହୁଙ୍କ ତାଙ୍କର ବିବାହ ହେବାକୁ ସ୍ଥିର କରାଯାଇଥିଲା । ଆଜିକା ଦିନରେ ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ କରୋନା ମହମାରୀ ସବୁ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା । ଯାହା ଫଳରେ ଟୁଟୁ ନିଜର ଆଦର୍ଶ ନୀତିକୁ ପରିଚୟ ଦେବା ଏବଂ ସରକାରଙ୍କ ନିୟମକୁ ପ୍ରଧାନ୍ୟ ଦେବାକୁ ଯାଇ ବିନା ବରଯାତ୍ରୀ, ବିନା ରୋଷଣୀରେ ବିବାହ କରିବାକୁ ମନସ୍ଥ କଲେ । ଉଭୟ ପରିବାରଙ୍କ ଆଲୋଚନା ପରେ ଆଜି ସେ ଟୁଟୁ ଓ ଦୀପାଞ୍ଜଳୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି । ମୁହଁରେ ମାସ୍କ ପିନ୍ଧି ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିବା ବେଳେ ଦୀପାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଟୁଟୁ । ଏଥିସହିତ ସାତ ଜନ୍ମକୁ ସାଥୀ ହୋଇ ରହିବାକୁ ଉଭୟ ଆଜି ପଣ କରିବା ସହ ଦୁଇ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିଛନ୍ତି । ଟୁଟୁ ତାଙ୍କ ଦୁଇ ମାସର ଦରମା ୧୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ରାଜ୍ୟ ସରକାର କରୋନା ପାଇଁ ଲକ୍‌ଡାଉନ୍ ଗ୍ରହଣ ସ୍ୱାଗତ ଯୋଗ୍ୟ ପଦକ୍ଷେଦ ବୋଲି ଟୁଟୁ କହିଛନ୍ତି । ସରକାର ସମାଜର ଭଲ ପାଇଁ ଯେଉଁ କଟକଣା କରିଛନ୍ତି, ତାକୁ ସମସ୍ତେ ମାନିବା ଆବଶ୍ୟକ ବୋଲି କହିଛନ୍ତି । ଏହି କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି, ସମସ୍ତେ ଘରେ ରହି ନିଜ ପରିବାର ଏବଂ ଅନ୍ୟକୁ କରୋନା ଦାଉରୁ ରକ୍ଷା କରନ୍ତୁ ବୋଲି ଟୁଟୁ ଏବଂ ଦୀପା ବାର୍ତ୍ତା ଦେଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!