ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟିରୁ ଆସି ସଦରଥାନା ଦାୟିତ୍ଵ ଗ୍ରହଣ କରିବା ମାତ୍ରେ ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ମଦ ବେପାରୀଙ୍କ ଉପରେ ଚଡ଼କ ସୃଷ୍ଟି କରିଛନ୍ତି। ଆଜି ବାଲୁଗାଁ ଆରଆଇ ଅଫିସ୍ ନିକଟରେ ଦେଶୀ ମଦ ବିକ୍ରି କରୁଥିବା ଦୀନବନ୍ଧୁ ସାହୁଙ୍କୁ ଗିରଫ କରିଛନ୍ତି। ତାଙ୍କ ଠାରୁ ୧୩୦ଟି ଦେଶୀ ମଦ ପାଉଜ୍ ତଥା ୧୩ ଲିଟର ମଦ ଜବତ କରିଥିବା ଜଣାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ମିଳିଛି।






