ନୟାଗଡ଼,(ବାଘୁଆବାର୍ତ୍ତା): ଦେଶୀ ମଦ ଧରି ଗାଁକୁ ଫେରୁଥିବା ଜଣେ ବ୍ୟକ୍ତି ପୁଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଥିବା ଜଣାଯାଇଛି । ପୁଲିସ୍ ମଦ ଏବଂ ଲୁନା ଗାଡ଼ିକୁ ଜବତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣଙ୍କ ହେଲେ କେନ୍ଦୁଢିପି ଗାଁର ପଦ୍ମଚରଣ ସାହୁ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ପୁଲିସ ଲାଠିପଡ଼ା-କେନ୍ଦୁଢିପି ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ କେନ୍ଦୁଢିପି ଗାଁର ପଦ୍ମଚରଣ ତାଙ୍କ ଲୁନାରେ ଦେଶୀ ମଦ ନେଇ ଯାଉଥିଲା । ପୁଲିସ ତାଙ୍କୁ ଅଟକାଇ ଥିଲେ ମଧ୍ୟ ଅଟକିନଥିଲା । ଇଟାମାଟି ପୁଲିସ ପିଛା କରି କେନ୍ଦୁଢିପି ଗାଁ ପୂର୍ବରୁ ପଦ୍ମଚରଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେ ନେଇ ଯାଉଥିବା ଜାରକିନିରେ ୧୨ଲିଟର ଦେଶୀମଦ ଥିବା ଦେଖି ପୁଲିସ ଜବତ କରିବା ସହିତ ଲୁନା ଗାଡ଼ିକୁ ମଧ୍ୟ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଇଟାମାଟି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





