ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ପୁଲିସ ପେଟ୍ରୋଲିଂ କରୁଥିବା ଦେଶୀ ମଦ ବ୍ୟବସାୟୀ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ଇଟାମାଟି ଥାନା ଅନ୍ତର୍ଗ ବାବାଜି ସାହୁଙ୍କ ପୁଅ ପ୍ରକାଶ ସାହୁ । ଏକ ଲୁନାରେ ପ୍ରକାଶ ଦେଶୀ ମଦ ପାଉଜ ନେଇ ବାଉଁଶିଆପଡ଼ଅ ଅଭିମୁଖେ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ । ବ୍ୟାଗରେ ଥିବା ୧୪୦ ଟି ଦେଶୀମଦ ପାଉଜକୁ ପୁଲିସ ଜବତ କରିଛି । ଥାନାରେ ୨୯/୨୧ରେ ମାମଲା ହୋଇଥିବା ବେଳେ ପ୍ରକାଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଇଟାମାଟି ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





