ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ପୁଲିସ ଗତକାଲି ଜଣେ ବେଆଇନ ଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ମାଛିପଡ଼ା ଗ୍ରାମର ପଞ୍ଚୁ ବାରିକ । ମାଛିପଡ଼ା ପଞ୍ଚାୟତ ରାସ୍ତାଠାରୁ ଗତକାଲି ୧୦ ଲିଟର ଦେଶୀ ମଦ ରଖି କାରବାର କରୁଥିବା ବେଳେ ପୁଲିସ ଚଢ଼ାଉ କରି ମଦ ଜବତ କରିଥିଲା । ଏନେଇ ସଦରଥାନାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





