ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଫାଣ୍ଡି ପୁଲିସ ଆଜି ଦେଶୀ ମଦ ନେଇ ଯାଉଥିବା ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ଜଣାଯାଇଛି । ସୂଚନାନୁସାରେ, ମହୀପୁର ଫାଣ୍ଡି ପୁଲିସ ପ୍ରେଟୋଲିଂ କରୁଥିବା ବେଳେ ଭୂବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭାରତପୁର ଗ୍ରାମର ସୁରେନ୍ଦ୍ର ନାୟକ ଏବଂ ଅଜୟ ନାୟକ ଏକ ପଲ୍ସର୍ ବାଇକ୍ ଯୋଗେ ୪୦ ଲିଟର ମଦ ନେଇ ଯାଉଥିବା ବେଳେ ଧରା ପଡ଼ିଥିଲେ । ଆଜି ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ମହୀପୁର ଫାଣ୍ଡି ଅଧିକାରୀ ରମେଶ ଦେବତା ସୂଚନା ଦେଇଛନ୍ତି ।






