ନୟାଗଡ଼, (ବାଘୁଆବାର୍ତ୍ତା): ଭିଜିଲାନ୍ସ ହାତରେ ଧରା ପଡିଲେ ଆଇସିଡିଏସ ସୁପରଭାଇଜର । ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ଆଇସିଡିଏସ ସୁପରଭାଇଜରକୁ ଗିରଫ୍ କରିବା ସହ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଥିବା ରଖିଛି । ଭିଜିଲାନ୍ସ ହାତରେ ଲାଗିଥିବା ଆଇସିଡିଏସ ସୁପରଭାଇଜର ଜଣଙ୍କ ହେଲେ କୁନି ନାୟକ । ସୂଚନାନୁସାରେ, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପରିସରରେ ଥିବା ଆଇସିଡିଏସ ସୁପର ଭାଇଜର କୁନି ନାୟକ ଉକ୍ତ ଉଞ୍ଚଳର ୬ଜଣ ଅଙ୍ଗନବାଡି କର୍ମୀଙ୍କ ଦରମା କରେଇ ଦେବା କହି ୧୯ ହଜାର ୮ଶହ ଟଙ୍କା ଲାଞ୍ଚ ମାଗିଥିଲେ । ତେଣୁ ଅଞ୍ଚନାବାଡି କର୍ମୀମାନେ ଆଜି ଆଇସିଡିଏସ ସୁପରଭାଇଜର କୁନି ନାୟକଙ୍କୁ ୧୯ ହଜାର ୮ଶହ ଟଙ୍କା ଦେଉଥିବା ବେଳେ ମାଡି ବସିଥିଲା ସମ୍ବଲପୁର ଭିଜିଲାନ୍ସ ଟିମ୍ । କୁନିଙ୍କ ଠାରୁ ଟଙ୍କା ଜବତ କରିବା ସହ ଆଇସିଡିଏସ୍ ସୁପରଭାଇଜର କୁନି ନାୟକଙ୍କୁ ଗିରଫ୍ କରି ବିଭିନ୍ନ ସ୍ଥାନରେ ଚଢାଉ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।





