କଟକ,(ବାଘୁଆବାର୍ତ୍ତା): କୁଖ୍ୟାତ୍ ଅପରାଧି ହାଇଦର ପୁଲିସ୍ ମେଡିକାଲରେ ଚକମା ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ହାଇଦର ନାମରେ ଏକାଧିକ ମାମଲାରେ ସଂପୃକ୍ତ ହୋଇଥିବା ଘଟଣାରେ ଗିରଫ୍ ହୋଇଥିଲା । ହାଇଦର ଅସୁସ୍ଥତା ଥିବା ଯୋଗୁଁ କିଛିଦିନ ହେଲା କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଥିଲା । ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିବା କୁଖ୍ୟାତ୍ ଅପରାଧି ହାଇଦର ଅପରାହ୍ନରେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ପୁଲିସର କଡ଼ା ସୁରକ୍ଷା ଥାଇ ମଧ୍ୟ କୁଖ୍ୟାତ୍ ଅପରାଧି ହାଇଦର ଫେରାର ହୋଇଯିବା ପୁଲିସର ସୁରକ୍ଷା ବଳୟ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ହାଇଦର ସୁଲେମାନ ହତ୍ୟାକାଣ୍ଡରେ ଗିରଫ୍ ହୋଇଥିଲା ।





