Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତ୍ନୀଙ୍କ ଜୁଇ ଲିଭି ନଥିବା ବେଳେ ଟଳିପଡ଼ିଲେ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
May 13, 2025
in State
ପତ୍ନୀଙ୍କ ଜୁଇ ଲିଭି ନଥିବା ବେଳେ ଟଳିପଡ଼ିଲେ ସ୍ୱାମୀ
103
VIEWS
Share on FacebookShare on Twitter

ପାଟକୁରା, (ବାଘୁଆବାର୍ତ୍ତା): ହିନ୍ଦୁ ଧର୍ମରେ ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବର-କନ୍ୟା ସଂସାର ଗଢ଼ିବାକୁ ଶପଥ ନେଇଥାଆନ୍ତି । ସାଥୀ ହୋଇ ବଞ୍ଚିବା ଓ ମରିବା ପାଇଁ ସଂକଳ୍ପ କରିଥାନ୍ତି । ପରସ୍ପର ପ୍ରତି ପ୍ରଗାଢ଼ ଭଲପାଇବା ଓ ବିଶ୍ୱାସ ଏଭଳି ସଂକଳ୍ପର ଆଧାର ହୋଇଥାଏ । ଏପରି ଏକ ଦମ୍ପତିଙ୍କ କାହାଣୀ କେନ୍ଦ୍ରାପଡ଼ା ଜିଲ୍ଳା ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ପଞ୍ଚାୟତର ହରିଦାସପୁର ଗ୍ରାମରେ ଦେଖିବାକୁ ମିଳିଛି । ଗୋଟିଏ ଦିନରେ ଆଗପଛ ହୋଇ ହାତ ଧରାଧରି ହେବା ଭଳି ସଂସାରରୁ ବିଦାୟ ନେଇଛନ୍ତି ପତି-ପତ୍ନୀ । ପତ୍ନୀଙ୍କ ଜୁଇ ଲିଭିନଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି । ସଂପୃକ୍ତ ଦମ୍ପତି ହେଲେ କୁଳମଣି ପରିଡ଼ା (୯୨) ଓ ପତ୍ନୀ ନୟନା (୮୬) । ବାର୍ଦ୍ଧକ୍ୟ ଜନିତ କାରଣରୁ କୁଳମଣି ଓ ନୟନା ଉଭୟ ଚିକିତ୍ସାଧୀନ ଥିଲେ । ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ନୟନାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ ବିଳମ୍ବିତ ରାତିରେ ଚିତ୍ରୋତ୍ପଳା ନଦୀ କୂଳରେ ନୟନାଙ୍କ ଶବଦାହ ସାରି ଶୁକ୍ରବାର ସକାଳୁ ଘରକୁ ଫେରିଥିଲେ । ପତ୍ନୀଙ୍କ ବିୟୋଗରେ ମର୍ମାହତ କୁଳମଣିଙ୍କର ସକାଳ ପ୍ରାୟ ୯ଟାରେ ପରଲୋକ ହୋଇ ଯାଇଥିଲା । ସ୍ୱଳ୍ପ ସମୟର ବ୍ୟବଧାନରେ ଦମ୍ପତିଙ୍କ ଏଭଳି ମୃତ୍ୟୁ ଘଟଣାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ଯେ କେତେ ନିବିଡ଼ ଥିଲା, ତାହା ସ୍ପଷ୍ଟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମୃତ ଦମ୍ପତିଙ୍କ ଏକମାତ୍ର ପୁଅ ତଥା ଗରଦପୁର ବ୍ଲକ୍ର ପୂର୍ବତନ ଉପାଧ୍ୟକ୍ଷ ଜ୍ୟୋତିରଂଜନ ପରିଡ଼ା ଓ ପରିବାର ଲୋକେ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!