Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିମେଣ୍ଟ ପିଲରଙ୍କୁ ଧକ୍କା ଦେଲା କାର୍, ଦମ୍ପତିଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
March 14, 2025
in Accident, State
ସିମେଣ୍ଟ ପିଲରଙ୍କୁ ଧକ୍କା ଦେଲା କାର୍, ଦମ୍ପତିଙ୍କ ମୃତ୍ୟୁ
134
VIEWS
Share on FacebookShare on Twitter

ଟାଙ୍ଗୀର, (ବାଘୁଆବାର୍ତ୍ତା): ସାତ ଜନ୍ମର ସାଥୀ ହୋଇ ଚାଲିବାକୁ କଥା ଦେଇଥିଲେ । ସାଥୀ ହୋଇ ଚାଲିଗଲେ ଆରପାରିକୁ । ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଦମ୍ପତି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦମ୍ପତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦମ୍ପତି ଏକ କାର୍ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ପିଲର ସହିତ ଧକ୍କା ହୋଇଥିଲା । ବାଲୁଗାଁ ଥାନା ଅଧିନସ୍ଥ ବଡ଼କୁଳ ଛକ ନିକଟରେ ଥିବା କନ୍ଧନୂଆଁଗଡ଼ ଓଭରବ୍ରିଜ୍‌ରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ମୃତ ଦମ୍ପତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆଲିପୁର ଗାଁର ଶିବରାମ ପାଢୀ ଓ ତାଙ୍କର ପତ୍ନୀ । ସ୍ୱାମୀ-ସ୍ତ୍ରୀ ଦୁହେଁ ଭୁବନେଶ୍ୱରରୁ ଗଞ୍ଜାମ ଜିଲ୍ଲା ଆଲିପୁର ଗାଁକୁ ଫେରିବା ବେଳେ ଏଭଳି ସଡ଼କ ଦୁର୍ଘଟଣା ଘଟିଥିଲା । ବାଣପୁର ମେଡିକାଲରେ ଦମ୍ପତିଙ୍କ ମୃତଦେହ ରହିଛି । ବାଲୁଗାଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!