ବାଙ୍କୀ, (ବାଘୁଆବାର୍ତ୍ତା): ବର୍ଷେ ବି ତିଷ୍ଠିଲାନି ବୈବାହିକ ଜୀବନ । ଘର ଭିତରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ବାଙ୍କୀ ଥାନା ଭେଡା ରାମଚନ୍ଦ୍ରପୁର ଗାଁରେ ନବଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ମାତ୍ର ସାତ ମାସ ତଳେ ବିବାହ କରିଥିଲେ ମୃତ ଧରଣୀଧର ସାହୁ ଓ ନିରୁପମା ସାହୁ। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନ ଦେଇଥିଲେ ଏବଂ ବୁଧବାର ଦିନ ସେ ଗାଁକୁ ଆସିଥିଲେ। ତେବେ କିଭିଳି ପରିସ୍ଥିତିରେ ଏସବୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ କରୁଛି। ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ହୋଇନାହିଁ। ଉଭୟ ପକ୍ଷ ଏକାଠି ବସି ସମାଧାନ କରିବାକୁ ଚାହୁଁଥିବା ବେଳେ ପୋଲିସ ଆସି ମଶାଣୀରୁ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି।





