Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ସ୍ତ୍ରୀ ସହ ଶିଶୁର ମୃତ, ଷଡ଼ଯନ୍ତ୍ର ନା ଆତ୍ମହତ୍ୟା

by ସଞ୍ଜୟ ସ୍ୱାଇଁ
April 29, 2021
in State
ସ୍ୱାମୀ ସ୍ତ୍ରୀ ସହ ଶିଶୁର ମୃତ, ଷଡ଼ଯନ୍ତ୍ର ନା ଆତ୍ମହତ୍ୟା
387
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ଗୋଟିଏ ପରିବାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି ସୁନ୍ଦରଗଡ଼ରେ । ଅଢ଼େଇ ବର୍ଷର ଶିଶୁ କନ୍ୟା ମୃତ୍ୟୁ ସହ ମା’ର ମୃତଦେହ ଜୁଳନ୍ତା ଅବସ୍ଥରାରେ ଠାବ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନେଇ ବଢ଼ୁଛି ସସ୍ପେନ୍ସ । ସୁନ୍ଦରଗଡ଼ କୋଇଡା ମସଜିଦ ନିକଟରେ ଥିବା ଏକ ଘରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ଜଗତସିଂହପୁର ଅଞ୍ଚଳର ଏକ ପରିବାର ସୁନ୍ଦରଗଡ଼ କୋଇଡା ମସଜିଦ ନିକଟରେ ଭଡା ଘରେ ରହୁଥିଲେ । ସ୍ୱାମୀ ଏକ ଟ୍ରାନ୍ସପୋର୍ଟରେ କାମ କରୁଥିଲେ । ପରିବାରରେ ଥିଲେ ସ୍ୱାମୀ ସ୍ତ୍ରୀ ସହ ଅଢ଼େଇ ବର୍ଷର ଶିଶୁ । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗି ରହିଥିଲା । ୧୫ ଦିନ ତଳେ ସ୍ୱାମୀ ସ୍ତ୍ରୀ ଏବଂ ଛୁଆଙ୍କୁ ଛାଡି ଅନ୍ୟ ଆଡେ ଚାଲିଯାଇଥିଲେ । ବୁଧବାର ଦିନ ବିଳମ୍ବିତ ରାତିରେ ସ୍ୱାମୀଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିବା ପାଇଁ କୋଇଡା ଥାନାକୁ ଯାଇଥିଲେ ସ୍ତ୍ରୀ । ତେବେ ଥାନାରେ ଲିଖିତ ଅଭିଯୋଗ ନକରି ମୌଖିକ ଅଭିଯୋଗ କରି ଫେରି ଆସିଥିଲେ । ବୁଧବାର ଅଭିଯୋଗ କରିବା ପରେ ଗୁରୁବାର ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମାଆ ଓ ଅଢ଼େଇ ବର୍ଷର ଶିଶୁ କନ୍ୟାର ମୃତଦେହ ଠାବ ହୋଇଥିବା ବେଳେ କେନ୍ଦୁଝରର ଏକ ଜଙ୍ଗଲରୁ ସ୍ୱାମୀଙ୍କ ମୃତଦେହ ଠାବ ହୋଇଥିôବାର ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା । ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ସ୍ପଷ୍ଟ ହେବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!