Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଅଭିଯୋଗରୁ ମହାଭାରତ ସୃଷ୍ଟି

by ସଞ୍ଜୟ ସ୍ୱାଇଁ
July 23, 2021
in Crime, State
ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଅଭିଯୋଗରୁ ମହାଭାରତ ସୃଷ୍ଟି
136
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ଵାମୀ । ପତ୍ନୀଙ୍କ ପ୍ରାଇଭେଟ୍ ପାର୍ଟରେ ରହିଛି ପୂର୍ବତନ ପ୍ରେମିକଙ୍କ ନାଁର ଟାଟୁ । ଖାଲି ସେତିକି ନୁହେଁ ପତ୍ନୀଙ୍କ ପ୍ରେମିକ ଧମକ ଦେଉଥିବାର ମଧ୍ୟ ସଙ୍ଗୀନ ଆରୋପ । ଅଭିଯୋଗକୁ ଆଧାର କରି ସ୍ଵାମୀ କଟକ ମର୍କତନଗର ଥାନାରେ ଏତଲା ଦାଏର କରିଛନ୍ତି । ତେଣେ ସ୍ଵାମୀଙ୍କ ନାଁରେ ପତ୍ନୀ ଆଣିଛନ୍ତି ପାଲଟା ଅଭିଯୋଗ । ଅର୍ଥ ଲୋଭି ସ୍ବାମୀ ତାଙ୍କୁ ବାରମ୍ବାର ନିର୍ୟାତନା ଦେଉଥିଲେ । ସେ ଗର୍ଭବତୀ ଥିବା ବେଳେ, ତାଙ୍କ ଗର୍ଭ ନଷ୍ଟ କରିଦେଲେ । ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା କାରଣରୁ ତାଙ୍କୁ ବିଦା କରିବା ଲାଗି ଏ ପ୍ରକାରର ଷଡ଼ଯନ୍ତ୍ର କରିଛନ୍ତି । ତେବେ ମାମଲା ଅଦାଲତକୁ ଯିବା ଆଗରୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ଲାଗି ମହିଳା ଥାନା ପକ୍ଷରୁ ନୋଟିସ ହୋଇଥିଲା । ଉଭୟେ ଶୁକ୍ରବାର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ । କିନ୍ତୁ ଆରୋପ ପ୍ରତ୍ୟାରୋପର ପର୍ବ ବଢିଲା ପଛେ କମିବାର ନାଁ ନେଲାନାହିଁ । ଅଭିଯୋଗକାରୀ ଯୁବକ ଜଣଙ୍କ ହେଉଛନ୍ତି କଟକ ମର୍କତନଗର ବାସିନ୍ଦା । ସେ ବାଲେଶ୍ଵର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ୨ ଦିନ ତଳେ ହଠାତ ଯୁବକ ଜଣଙ୍କ ନିଜ ପତ୍ନୀଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ସହ ମର୍କତନଗର ଥାନାରେ ଏତଲା ଦାଏର କଲେ । କିନ୍ତୁ ପତ୍ନୀ କହୁଛନ୍ତି ନିର୍ୟାତନା ସହି ନପାରି ସେ ଗତ ୧୫ ତାରିଖରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । କାଉନସେଲିଂ ପାଇଁ ନୋଟିସ ହେବା ପରେ ଯୁବକ ଏପରି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ତେବେ ଯେଉଁ ଯୁବକଙ୍କୁ ନେଇ ଏତେ ଚର୍ଚ୍ଚା, ସେହି ଯୁବକ ଜଣଙ୍କ ଅତୀତରେ ସଂପୃକ୍ତ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲେ । ରାଗର ବଶବର୍ତ୍ତୀ ହୋଇ ସେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତେଣୁ ତାଙ୍କ ସହ କୌଣସି ସମ୍ପର୍କକୁ ସୋନାଲି ଖଣ୍ଡନ କରିଥିବା ବେଳେ, ମୋହିତ କିନ୍ତୁ ଆଉ ପତ୍ନୀଙ୍କ ସହ ରହିବାକୁ ରାଜି ନାହାଁନ୍ତି । ସୋନାଲିଙ୍କ ବାପା ମଧ୍ୟ ନିଜ ଜ୍ବାଇଁଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି । ସେପଟେ କାଉନସିଲର କହିଛନ୍ତି ଆଲୋଚନା ଜାରି ରହିଛି । ଆସନ୍ତା ମାସ ୩ ତାରିଖରେ ଉଭୟ ପକ୍ଷଙ୍କୁ ପୁଣି ଥରେ ହାଜର ହେବା ଲାଗି କୁହାଯାଇଛି । ତେବେ ଉଭୟ ସ୍ବାମୀ-ସ୍ତ୍ରୀ ନିଜ ଇଚ୍ଛାରେ ଘର ସଂସାର କରିଥିଲେ । କିନ୍ତୁ ମାସ କେଇଟାରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!