Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
March 31, 2025
in Crime, State
ଅଧପୋଡ଼ା ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର
42
VIEWS
Share on FacebookShare on Twitter

କୁଚିଣ୍ଡା, (ବାଘୁଆବାର୍ତ୍ତା): କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବେଣିଆପୋଷୀ ଗ୍ରାମରେ ରାଧା କିସାନ ନାମ୍ନୀ ୩୧ବର୍ଷୀୟ ଯୁବତୀକୁ ତା ସ୍ୱାମୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଗୁଣନିଧି କିସାନ‌କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବଣିଆପୋଷୀ ଗ୍ରାମର ଇନ୍ଦ୍ର କିସାନଙ୍କ ପୁଅ ଗୁଣନିଧି କିସାନ (୩୩) ଗୁରୁଣ୍ଡିଆ ଥାନା ରାଇକାଜମ ଗ୍ରାମର ରାଧା କିସାନଙ୍କୁ ବିବାହ କରିଥିଲେ । ମାତ୍ର ନିଶା ଏବଂ ଘରୋଇ କଳିକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହେଉଥିଲା । ମାତ୍ର ଆଜି ରାଧାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଲୋକେ ଦେଖିଥିଲେ । ଏସଂକ୍ରାନ୍ତରେ ପୁଲିସକୁ ସୂଚନା ଦେବା ପରେ ପୁଲିସ ମୃତ ରାଧାଙ୍କ ଶବକୁ ଜବତ କରିବା ସହ ସଂଦିଗ୍ଧ ଅଭିଯୁକ୍ତ ସ୍ୱାମୀ ଗୁଣନିଧିକୁ ପୁଲିସ ଅଟକ ରଖି ତଦନ୍ତ କରୁଛି। କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବଣିଆପୋଷୀ ଗ୍ରାମର ଇନ୍ଦ୍ର କିସାନଙ୍କ ପୁଅ ଗୁଣନିଧି କିସାନ (୩୩) ଗୁରୁଣ୍ଡିଆ ଥାନା ରାଇକାଜମ ଗ୍ରାମର ରାଧା କିସାନଙ୍କୁ ବିବାହ କରିଥିଲେ । ମାତ୍ର ନିଶା ଏବଂ ଘରୋଇ କଳିକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହେଉଥିଲା । ମାତ୍ର ଆଜି ରାଧାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଲୋକେ ଦେଖିଥିଲେ । ଏସଂକ୍ରାନ୍ତରେ ପୁଲିସକୁ ସୂଚନା ଦେବା ପରେ ପୁଲିସ ମୃତ ରାଧାଙ୍କ ଶବକୁ ଜବତ କରିବା ସହ ସଂଦିଗ୍ଧ ଅଭିଯୁକ୍ତ ସ୍ୱାମୀ ଗୁଣନିଧିକୁ ପୁଲିସ ଅଟକ ରଖି ତଦନ୍ତ କରୁଛି। କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ ହୋଇଥିବା ଜଣାଯାଇଛି। ପୁଲିସର ସାଇଣ୍ଟିଫିକ ଟିମ ତଦନ୍ତ କରିଥିବା ବେଳେ ପୁଲିସର ପ୍ରାଥମିକ ତଦନ୍ତରେ ଗୁଣନିଧି ତାଙ୍କ ସ୍ତ୍ରୀକୁ ବାଉଁଶ ବାଡ଼ିରେ ପିଟି ଓ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା କୁହାଯାଉଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଜଣାଯାଇଛି । ଏସଂକ୍ରାନ୍ତରେ ମୃତା ରାଧାଙ୍କ ଭାଇ ମଙ୍ଗଳୁ କିସାନ ମହୁଲପାଲି ଥାନାରେ ବିଧିବଧ ଲିଖିତ ଅଭିଯୋଗ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!