Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ କାଟିଲା, ପ୍ରେସରରେ ସିଝାଇଲା

by ସଞ୍ଜୟ ସ୍ୱାଇଁ
January 23, 2025
in Crime, NATIONAL NEWS
ସ୍ତ୍ରୀକୁ କାଟିଲା, ପ୍ରେସରରେ ସିଝାଇଲା
447
VIEWS
Share on FacebookShare on Twitter

ହାଇଦ୍ରାବାଦ, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ଝଗଡ଼ାର ଯେ ସ୍ଥିତି କଣ ହୋଇପାରେ ତାହା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ପାରିବାରିକ କଳହରୁ ସ୍ବାମୀ-ସ୍ତ୍ରୀ ଝଗଡ଼ା ହେବା ଏକ ସ୍ବାଭାବିକ କଥା । ପ୍ରତିଘରେ ଏମିତି କିଛି ହୁଏ । ହେଲେ ସେହି ଝଗଡ଼ା ଯେ ଏତେ ଭୟଙ୍କର ହେବ, ସ୍ତ୍ରୀର ଜୀବନ ନେଇଯିବ ସ୍ବାମୀ ସେକଥା କେହି କେବେ ବିଶ୍ବାସ କରିପାରୁନଥିବ । ହେଲେ ଘଟଣାଟି ପୁରା ସତ । କଥା ହେଲା, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀର ମନଶାନ୍ତ ହୋଇନଥିଲା ଯେ ସ୍ତ୍ରୀ ଶବକୁ ଖଣ୍ଡଖଣ୍ଡ କରି ପ୍ରେସର କୁକୁରରେ ସୁଝାଇଲା ଆଉ ପୁରା ଘଟଣାକୁ ବର୍ଣ୍ଣନା କରିବା ସହିତ ଦୋଷ ବି ସ୍ବୀକାର କଲା । ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡଖଣ୍ଡ କରି କାଟିଲା ସ୍ବାମୀ । ପ୍ରମାଣ ଲୁଚାଇବାକୁ ସୈତାନ ସ୍ବାମୀ ଶରୀରର କଟା ଖଣ୍ଡକୁ ପ୍ରେସର କୁକରରେ ସିଝାଇଲା । ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ଜଣେ ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା ପରେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସାମ୍ନାରେ ସବୁ ସତ କହିଦେଇଛନ୍ତି ସୈତାନ ସ୍ବାମୀ । ଜାନୁଆରୀ ୧୬ ତାରିଖ, ୨୦୨୫ । ସେଦିନ ଥିଲା ଗୁରୁବାର । ହଠାତ୍‌ ମାଧବୀ ଘରୁ ନିଖୋଜ ହୋଇଯାଇଥିଲେ । କିନ୍ତୁ କୁଆଡ଼େ ଗଲେ ଘରୁ ମାଧବୀ ସେନେଇ ପରିବାର ଲୋକ ଟେର ପାଇନଥିଲେ । ମାଧବୀଙ୍କ ନିଖୋଜ ହେବା ଖବର ଜାଣିବା ପରେ ଏନେଇ ପୋଲିସ ଥାନାରେ ଏତଲା ବି ଦେଇଥିଲେ । କିନ୍ତୁ ମାଧବୀଙ୍କ ଖୋଜଖବର ମିଳିନଥିଲା । ଘରୁ ନିଖୋଜ ହୋଇଥିବାରୁ ମାଧବୀଙ୍କ ସ୍ବାମୀଙ୍କ ଉପରେ ପୋଲିସର ସନ୍ଦେହ ବଢିଥିଲା । ଜେରା କରିବା ପରେ ପୋଲିସ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ପାଇଲା ତାହା ପୁରା ଦେଶକୁ ଦୋହଲାଇଦେଇଛି । ହାଇଦ୍ରାବାଦର ଘଟଣାକୁ ନେଇ ପୁରା ଦେଶରେ ଏବେ ଚର୍ଚ୍ଚା ଜୋର । କାରଣ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଯେଉଁପରି ଭାବରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ତାହା ଏବେ ସ୍ବାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଦାଗ ଲଗାଇଦେଇଛି । ସୂଚନା ଅନୁସାରେ, ଗୁରୁ ମୂର୍ତ୍ତି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ଭାରତୀୟ ସେନାରୁ ଅବସର ନେବା ପରେ ସେ ଡିଆରଡିଓ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଦୁହିଁଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଘରୋଇ କଳିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସ୍ତ୍ରୀ ଭେଙ୍କଟାଙ୍କୁ ଅତି ବିଭତ୍ସ ହତ୍ୟା କରିଛନ୍ତି ଗୁରୁ ମୂର୍ତ୍ତି । ହତ୍ୟା ପରେ ଘଟଣା ଲୁଚାଇବାକୁ ଚେଷ୍ଟା କରିଥିଲେ । ଗାଧୁଆ ଘରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କ ଶବ କାଟିଥିଲେ । ଖଣ୍ଡଖଣ୍ଡ ମୃତଦେହକୁ ରୋଷେଇ ଘରେ ସିଝାଇଥିଲେ । ୭୨ ଘଣ୍ଟା ସ୍ତ୍ରୀର ମୃତଦେହ ସିଝାଉଥିବେ ଗରୁ ମୂର୍ତ୍ତି । ହତ୍ୟାର ୪ ଦିନ ପରେ ହ୍ରଦରେ ମୃତଦେହ ପକାଇଥିଲେ ସ୍ବାମୀ । ଦର୍ଶକବନ୍ଧୁ ହତ୍ୟା ନେଇ ନିଇତି ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ହେଲେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଯେଉଁପରି ଭାବରେ ନିଜର ସ୍ତ୍ରୀଙ୍କୁ ହତ୍ୟା କଲେ ଏବଂ ଦୋଷ ଲୁଚାଇବାକୁ ଚେଷ୍ଟା କଲେ ତାହା ପୁରା ଦେଶରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!