Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ବାମୀଙ୍କ ତଣ୍ଟି କାଟି ସ୍ତ୍ରୀ ଫେରାର, ଧରିଲା ପୋଲିସ

by ସଞ୍ଜୟ ସ୍ୱାଇଁ
March 11, 2025
in Crime, State
ସ୍ବାମୀଙ୍କ ତଣ୍ଟି କାଟି ସ୍ତ୍ରୀ ଫେରାର, ଧରିଲା ପୋଲିସ
51
VIEWS
Share on FacebookShare on Twitter

ଗଜପତି, (ବାଘୁଆବାର୍ତ୍ତା): ସ୍ବାମୀଙ୍କ ତଣ୍ଟି କାଟି ଫେରାର ଥିବା ହତ୍ୟାକରୀ ସ୍ତ୍ରୀଙ୍କୁ ମଙ୍ଗଳବାର ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ମୃତ ଜଗଦୀଶ ମେଲେକାଙ୍କ ସ୍ତ୍ରୀ ହାରି ରଇତ। ପୋଲିସ ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ସିନ୍‌ ରିକ୍ରିଏଶନ କରାଯାଇଛି। ମିଳିଥିବା ସୂଚାନା ମୁତାବକ, ଗତ ୮ତାରିଖରେ ପାରଳାଖେମୁଣ୍ଡି ନଗରମପଲ୍ଲି ସାହିରେ ଏକ ଭଡା ଘରେ ସ୍ବାମୀ ଜଗଦୀଶଙ୍କ ତଣ୍ଟି କାଟି ହତ୍ୟା ପରେ ସ୍ତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ଜଗଦୀଶଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହାରିଙ୍କୁ ଗିରଫ କରିଛି। ପୋଲିସ ସିନ୍‌ ରିକ୍ରିଏଶନ ବେଳେ ଅଭିଯୁକ୍ତ ହାରି ହତ୍ୟା ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି। ହାରିଙ୍କ କହିବା ଅନୁସାରେ, ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ବାଡିପଟ ନାଳରୁ ଉଦ୍ଧାର କରିଛି। ହେଲେ କେଉଁ କାରଣରୁ ସ୍ବାମୀଙ୍କୁ ହତ୍ୟା କଲେ ସେ ନେଇ ପୋଲିସ ତାଙ୍କୁ ପଚରାଉଚରା କରୁଛି। ଏପରିକି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ଛାନ୍‌ଭିନ ଆରମ୍ଭ କରିଛି। ଅନ୍ୟପକ୍ଷେ ପୋଲିସ ପରିବାର ଲୋକଙ୍କ ସହ ପଡ଼ୋଶୀଙ୍କ ବୟାନ ରେକର୍ଡ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!