ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପରକ୍ରିୟା ପ୍ରିତୀ ମହଙ୍ଗା ପଡିଲା ସ୍ତ୍ରୀ । ସର୍ବ ସମ୍ମୁଖରେ ବିଜ୍ ରାସ୍ତା ଉପରେ ସ୍ୱାମୀ ସ୍ତ୍ରୀକୁ ମାଡ଼ ମାରିବା ସହିତ ପାଖରେ ରଖିଥିବା ଏକ ଛୁରୀରେ ହତ୍ୟା କରିଥିଲା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନୂଆଦିଲ୍ଲୀ ବୁଦ୍ଧବିହାର ଅଞ୍ଚଳରେ । ସୂଚନାନୁସାରେ, ଉତ୍ତର ଦିଲ୍ଲୀର ବୁଦ୍ଧ ବିହାର ସ୍ଥିତ ବଜାରରେ ଜନଗହଳୀ ପୂର୍ଣ୍ଣ ଥିବା ବେଳେ ହରିଶ ନାମକ ଜଣେ ବ୍ୟକ୍ତି ତା’ର ୨୬ବର୍ଷୀୟ ସ୍ତ୍ରୀ ନୀଲୁଙ୍କୁ ପରକ୍ରିୟା ପ୍ରୀତି କରୁଥିବା ସନ୍ଦେହ କରି ମାଡ଼ ମାରିଥିଲେ ଓ ନୀଲୁ ଯେତେବେଳେ ତଲେ ପଡିଯାଇଥିଲେ ସେହି ସମୟରେ ସ୍ୱାମୀ ହରିଶ ପାଖରେ ରଖୀଥିବା ଛୁରୀରେ ବାରମ୍ବାର ଭୂସି ହତ୍ୟା କରିଛି । ଘଟଣାସ୍ଥଳରେ ପୁଲିସ ପହଞ୍ôଚ ହରିଶକୁ ଗିରଫ୍ କରିଥିବା ଜଣାପଡିଛି ।






