Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ବିକ୍ରି କରି ସ୍ୱାମୀ ଭୁଲିଗଲା ଜନ୍ମ ଜନ୍ମର ସମ୍ପର୍କ

by ସଞ୍ଜୟ ସ୍ୱାଇଁ
October 22, 2021
in State
ସ୍ତ୍ରୀକୁ ବିକ୍ରି କରି ସ୍ୱାମୀ ଭୁଲିଗଲା ଜନ୍ମ ଜନ୍ମର ସମ୍ପର୍କ
143
VIEWS
Share on FacebookShare on Twitter

ପାଟଣାଗଡ଼, (ବାଘୁଆବାର୍ତ୍ତା): ଯେଉଁ ସ୍ତ୍ରୀର ହାତ ଧରି ବିବାହ କରିଥିଲା। ତାକୁ ଆଜି ଟଙ୍କା କେଇଟା ପାଇଁ ବିକି ଦେଲା ସ୍ୱାମୀ। ସ୍ତ୍ରୀକୁ ବିକ୍ରି କରି ସ୍ୱାମୀ ଭୁଲିଗଲା ଜନ୍ମ ଜନ୍ମର ସମ୍ପର୍କ। ଆଉ ବିଶ୍ୱାସରେ ବିଷ ଦେଇ ଟଙ୍କା ପାଇଁ ପାଲଟିଗଲା ପିଶାଚ। ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏହା ସତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ବେଲପଡା ଥାନାରେ ଅଞ୍ଚଳରେ। ସୁଲେକେଲା ନିବାସୀ ସରୋଜ ରଣା ତିନି ମାସ ତଳେ ସଇଁତଳା ଥାନା ଅନ୍ତର୍ଗତ ରେବତୀ (ଛଦ୍ମନାମ)ର ହାତ ଧରି ରୀତିନୀତି ଅନୁସାରେ ବାହା ହୋଇଥିଲା। ରେବତୀ ସହିତ ପ୍ରଥମେ ଫେସବୁକରେ ପ୍ରେମ କରି କଥାବର୍ତ୍ତା କରିଥିଲେ ସରୋଜ। ପରେ ଦୁହେଁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବାହାଘରର ତିନି ମାସ ପରେ ଶ୍ୱଶୂର ଘରେ ଏବଂ ନିଜ ଘରେ ଅର୍ଥ ଭାବରୁ ଇଟା ବାଢେଇବାକୁ ରେବତୀକୁ ସରୋଜ କହିଥିଲା। ଯେଉଁଥି ପାଇଁ ସରୋଜ ରେବତୀକୁ ରାୟପୁର ନେଇଥିଲା। ଆଉ ପରେ ସେଠାରୁ ରେବତୀକୁ ରାଜସ୍ଥାନର ମଞ୍ଜୁଲା ଗାଁକୁ ନେଇ ଯାଇଥିଲା। ରାଜସ୍ଥାନରେ ସରୋଜ ଜଣେ ଅଜଣା ଘରେ ଲକ୍ଷାଧିକ ଟଙ୍କାରେ ନିଜ ପତ୍ନୀକୁ ବିକ୍ରି କରି ଦେଇଥିଲା। ତେବେ କିଛି ଦିନ ନୀରବ ରହିବା ପରେ ସରୋଜ ତା’ର ଶ୍ୱଶୂର ଘରକୁ ଫୋନ କରି ସବୁ କଥା କହିଥିଲା ଯେ ତାଙ୍କ ଝିଅ ଅନ୍ୟଜଣେ ପିଲାକୁ ପ୍ରେମ କରି କୁଆଡ଼େ ଚାଲିଯାଇଛି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ରେବତୀର ମାତାପିତା। ଏହା ପରେ ଝିଅକୁ ଅନ୍ୟ କୁଆଡେ ବିକ୍ରି କରିବା ସନ୍ଦେହରେ ରେବତୀର ମାତାପିତା ବେଲପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଲା ପରେ ବେଲପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ କରି ରେବତୀ ପାଖରେ ପହଞ୍ଚି ତାକୁ ଉଦ୍ଧାର କରି ଆଜି ତା ବାପା ମା’ଙ୍କ ପାଖରେ ଛାଡ଼ି ଦେଇଥିଲା। ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥିବା ରେବତୀ କହିଛନ୍ତି, ମୁଁ ଆଉ ପିଶାଚ ସ୍ୱାମୀ ପାଖକୁ ଯିବି ନାହିଁ। ରାଜସ୍ଥାନର ଯାହା ଘରେ ଥିଲି ସେମାନେ ଭଲ ଲୋକ। ମୋତେ ଅତ୍ୟାଚାର କରି ନାହାନ୍ତି। ମୋତେ ବିବାହ କରିବା ପାଇଁ ସେହି ପରିବାର ମତେ କିଣିଥିଲେ ଏବଂ ମୋତେ ପାଇ ଖୁସିରେ ଥିଲେ। ଏପଟେ ସ୍ୱାମୀ କହୁଛି ମୋର ହାର୍ଟ ଅପରେସନ ପାଇଁ ମୁଁ ମୋର ପତ୍ନୀକୁ ଅନ୍ୟ ଲୋକଙ୍କ ଘରେ ୬୦ ହଜାର ଟଙ୍କାରେ ବନ୍ଧକ ଦେଇଥିଲି। କିନ୍ତୁ ଏହି କାମରେ ଜଣେ ମଧ୍ୟସ୍ଥି ତାକୁ ସାହାଯ୍ୟ କରିଥିବା ସରୋଜ କହିଛନ୍ତି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!