Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧୀ ଶିଳ୍ପ ବଜାରରେ ଓଡ଼ିଶାର ସବାଇ ଘାସ ହସ୍ତଶିଳ୍ପ

by ସଞ୍ଜୟ ସ୍ୱାଇଁ
March 23, 2021
in Feature News
ଗାନ୍ଧୀ ଶିଳ୍ପ ବଜାରରେ ଓଡ଼ିଶାର ସବାଇ ଘାସ ହସ୍ତଶିଳ୍ପ
140
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା);ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ବିଭାଗ ଲିଃ (ଉତ୍କଳିକା) ଦ୍ୱାରା ମାର୍ଚ୍ଚ ୧୫ ତାରିଖଠାରୁ ଗାନ୍ଧୀ ଶିଳ୍ପ ବଜାର-୨୦୨୧ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି । ଭାରତ ସରକାରଙ୍କର ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀର ଆର୍ଥିକ ସହାୟତାରେ ଏହି ଗାନ୍ଧୀ ଶିଳ୍ପ ବଜାର ଅନୁଷ୍ଠିତ ହେଉଛି । ଏହି ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀରେ ଓଡ଼ିଶାର ସବାଇଘାସରେ ତିଆରି ବିଭିନ୍ନ ପ୍ରକାରର ସାମଗ୍ରୀ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସବାଇଘାସରେ ତିଆରି ଆକର୍ଷଣୀୟ ବ୍ୟାଗ୍‌, ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ଟ୍ରେ, ଡବା, ଚିଠି ବାକ୍ସ, ବାକ୍ସ, ଆସନ, ରୁଟି ରଖିବା ଡବା, ଯୋଗମ୍ୟାଟ ଆଦି ଅତି ସୁନ୍ଦର ଓ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି । ପଶ୍ଚିମବଙ୍ଗର ଟେରାକୋଟା ଶିଳ୍ପ, ଯାହା ପୋଡ଼ା ମାଟିରେ ନିର୍ମିତ, ଯାହାକୁ ଦେଖିଲେ ତାହା ଯେ ସତରେ ମାଟିରେ ତିଆରି ହୋଇଛି ବିଶ୍ୱାସ କରିହେଉନି । ଶିଳ୍ପୀ ମହାଦେବ ଦାସ ଏହି କାମରୁ ମାସିକ ଅନୁ୍ୟନ ୪୦ ହଜାର ଟଙ୍କା ଆୟ କରୁଛନ୍ତି । ଦୁଇ କି ତିନି ମୁଠା ମାଟି ଅଥବା ଆଞ୍ଜୁଳାଏ ମାଟି ଯେଉଁଥିରେ ୫୦୦ରୁ ୧୦୦୦ ଟଙ୍କା ଆୟ, ତାହା ଆଖି ଝଲସିବା ଭଳି କଳାନୈପୁଣ୍ୟ । ସେହିଭଳି ପଶ୍ଚିମବଙ୍ଗର ବେତଶିଳ୍ପ, ଯାହା ଦେଖିଲେ ବିଶ୍ୱାସ କରିହୁଏ ନାହିଁ ଯେ ଏତେ ସରୁ ଓ ସୂକ୍ଷ୍ମ କାରୁକାର୍ଯ୍ୟ ହାତରେ ସମ୍ଭବ ହୋଇପାରିଛି । ସତରେ ମେସିନ୍‌କୁ ବଳିଯାଇଛି କାରିଗର ହାତର ସୂକ୍ଷ୍ମ ହସ୍ତକଳା । ଶିଳ୍ପୀ ପରିମଲ ସାହା ଆସାମରୁ ବେତ ସଂଗ୍ରହ କରି ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲ୍ଲା ଅନ୍ତର୍ଗତ ଅଠରନଳା ଗ୍ରାମରେ ଗୋଟିଏ କ୍ଷୁଦ୍ର ବେତଶିଳ୍ପ ପ୍ରତିଷ୍ଠାନ ଗଢ଼ିଛନ୍ତି । ରାଜସ୍ଥାନର ଚମଡ଼ା ଶିଳ୍ପୀ ବାବୁଲାଲ ନାଗରଙ୍କ ଶିଳ୍ପ ଚାତୁରୀ ଦେଖିଲେ ଆଖିରେ ସ୍ୱତଃ ସୌନ୍ଦର୍ଯ୍ୟବୋଧର ତରଙ୍ଗ ଉଠେ । ଉତ୍ତରପ୍ରଦେଶର କାଚଶିଳ୍ପ ଦେଖିଲେ ଶିଳ୍ପୀର ଶିଳ୍ପକଳା ପାଖରେ ମୁଣ୍ଡ ନଇଁଯାଏ । ମଣିଷର ହାତର କଳା କେତେ ଉଚ୍ଚକୋଟୀର, ଅସାଧାରଣ ହୋଇପାରେ ତା’ର ପ୍ରମାଣ ମିଳେ । ୧୬ଟି ରାଜ୍ୟର ଶହେ ଜଣ ଶିଳ୍ପୀ ଓ କାରିଗର ସେମାନଙ୍କର ଶିଳ୍ପକଳା, ଭାରତୀୟ କଳାଚେତନା ଓ ଶିଳ୍ପନୈପୁଣ୍ୟର ଗରିମାକୁ ଏହି ଗାନ୍ଧୀ ଶିଳ୍ପ ବଜାର ପ୍ରତିପାଦନ କରୁଛନ୍ତି । ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୨୪ ତାରିଖ ଦିନ ଗାନ୍ଧୀ ଶିଳ୍ପ ବଜାର ୨୦୨୧ର ଅନ୍ତିମ ଦିବସ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!