ସବୁ ମହଲରେ ଶୋକର ଛାୟା
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଦୀର୍ଘଦିନ ଧରି କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ହୃଦୟ ରଂଜନ ମହାରଣାଙ୍କ ଆଜି ପରଲୋକ ଘଟିଛି । ଏହି ଖବର ନୟାଗଡ଼ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଆଜି ପୁରୀରେ ତାଙ୍କ ଶ୍ୱସୁର ଘରେ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁକୁ ନେଇ ଓଡ଼ଗାଁ ଏବଂ ନୟାଗଡ଼ ଅଂଚଳରେ ଏହ ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗଭୀର ଶୋକ ବ୍ୟକ୍ତ କରିଥିବା ବେଳେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଶୋକ ଓ ସମବେଦନା ଜ୍ଞାପନ କରିଛନ୍ତି ।





