Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଢ଼ାବା ଚଳାଉଛନ୍ତି ଇଂଜିନିୟରିଂ ବୋହୂ

by ସଞ୍ଜୟ ସ୍ୱାଇଁ
June 29, 2021
in Lifestyle, State
ଢ଼ାବା ଚଳାଉଛନ୍ତି ଇଂଜିନିୟରିଂ ବୋହୂ
85
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଉଚ୍ଚଶିକ୍ଷିତା ହୋଇ ଚାକିରି ପଛରେ ନ ଦୌଡ଼ି ଚଳାଉଛନ୍ତି ଢ଼ାବା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ। ଏହି ଢ଼ାବାରେ ଜଣେ ମହିଳା ଚଳଚଞ୍ଚଳ ରହୁଥିବା ଦେଖାଯାଏ । ଗ୍ରାହକଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ୟ୍ୟନ୍ତ ସମସ୍ତଙ୍କ ଉପରେ ଥାଏ ତାଙ୍କର ନଜର। ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନର ବ୍ୟବହାର ସାଙ୍ଗକୁ ଖାଦ୍ୟର ଭଲମନ୍ଦ ପଚାରି ବୁଝିଥାନ୍ତି । ଏବେ କରୋନା କାଳରେ ତାଙ୍କର ସାହୁ ଢ଼ାବା କେବଳ ଲୋକମାନଙ୍କୁ ପାର୍ସଲ ମାଧ୍ୟମରେ ଖାଦ୍ୟ ଦିଆଯାଉଛି। ଯେଉଁ ଲୋକମାନେ ଏହି ଢ଼ାବାରୁ ଖାଦ୍ୟ ନେଉଛନ୍ତି ତାଙ୍କ ଖାଦ୍ୟ ବହୁତ ସୁନ୍ଦର ଆଉ ଟେଷ୍ଟି ବୋଲି କହୁଛନ୍ତି । ଏହି ମହିଳା ଜଣକ ନିଜ ସ୍ୱାମୀ ସହ ମିଶି ଏହି ଢ଼ାବା କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଭଦ୍ରକ ଦେଇ ଯାଇ ଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ନଳାଙ୍ଗ ଛକ ନିକଟରେ ରହିଛି ସାହୁ ଢ଼ାବା । ଏହି ହୋଟେଲ ବା ଢ଼ାବାକୁ ଚଳାଉଛନ୍ତି ବିଭୁତିପୁର ଅଂଚଳର ବି-ଟେକ (ସିଭିଲ) ପାସ କରିଥିବା ଲିପିକା ଦାସ । ବୟସ ୨୪। ସେ ଭୁବେନେଶ୍ୱରରେ ଏକ ଘରୋଇ ଇଂଜିନିୟର କଲେଜରେ ବି-ଟେକ ପାଠ ପଢି ପାସ କରିଛନ୍ତି । ତାଙ୍କ ସ୍ୱାମୀ ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାଟର ଭାବେ ବାଙ୍ଗଲୋର ଠାରେ କାର୍ୟ୍ୟ କରୁଥିଲେ । ତେବେ କରୋନା ମହାମାରୀ ପାଇଁ ଗତ ବର୍ଷରୁ ଯେଉଁ ଲକ ଡାଉନ ହେଲା ସେହି ସମୟରେ ସେ ନିଜ ଘରକୁ ଫେରିଥିଲେ । ତେବେ ପରିବାର ପ୍ରତିପୋଷଣ ପାଇଁ ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲ ବା ଢ଼ାବାକୁ ଚଳାଇଥିଲେ । ଭୁବନଶ୍ୱରରରେ ରହି ଚାକିରୀ ପାଇଁ ପ୍ରସ୍ତୁତି ହେଉଥିବା ଲିପିକା ଲକଡାଉନ ପାଇଁ ଘରକୁ ପଳେଇ ଆସିଥିଲେ । ଏବେ ସ୍ୱାମୀ ସ୍ତ୍ରୀ ମିଶି ଏହି ଢ଼ାବା ଚଳାଉଛନ୍ତି । ଏହି ଢ଼ାବାରେ ନିଜେ ପରିବା କିଣିବା ଠାରୁ ଆରମ୍ଭ କରି ପରିବା କାଟିବା ରୋଷେଇ କରିବା, ଅଇଁଠା ପତ୍ର ଉଠାଇବା ଓ କାଉଣ୍ଟରେ ବସି ଟଙ୍କା ରଖିବା ପର୍ୟ୍ୟନ୍ତ ସବୁ କାମ କରୁଛନ୍ତି ଲିପିକା । ଯାହାକି ବାଟରେ ଯାଉଥିବା ଲୋକମାନେ ଦେଖିବା ସହ ତାଙ୍କ କାର୍ୟ୍ୟ କୁ ସମସ୍ତେ ପ୍ରଶଂସା କରୁଛନ୍ତି । କେବଳ ସେତିକି ନୁହେଁ ଲିପିକା ସାମାଜିକ ପତିବଦ୍ଧତାକୁ ଭୁଲି ନାହାଁନ୍ତି । ଯେଉଁ ଗରିବ ଅସହାୟ ପାଗଳ ଲୋକ ମନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ମାଗଣା ରେ ଖାଦ୍ୟ ଦେଉଛନ୍ତି । ଏପରିକି ଗୋରୁ ଗାଈ ମାନଙ୍କୁ ମଧ୍ୟ ଖାଇବାଜୁ ଦେଉଛନ୍ତି । ଏଥିରେ ସେ ପରମ ଆନନ୍ଦ ପାଉଥିବା ସେ କହିଛନ୍ତି । ସେହିପରି ଏହି ଢାବାରେ ପ୍ରତ୍ୟେକ ଦିନ ସକାଳ ୮ ଟାରୁ ରାତି ୧ ଟା ପର୍ୟ୍ୟନ୍ତ ଖୋଲା ରହେ । ଭଲ ପ୍ରସ୍ତୁତିକୁ ସେ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଏବେ କୋଭିଡ କଟକଣା ତାଙ୍କ ବେପାରକୁ ଧିମେଇ ଦେଇଛି । ଢ଼ାବାରେ ଏବେ ଖାଦ୍ୟ ପରିବେଷଣ ବନ୍ଦ ଥିଲେ ମଧ୍ୟ ରାସ୍ତାରେ ଯାଉଥିବା କି ଅସୁବିଧାରେ ଥିବା ଭୋକିଲା ମଣିଷଙ୍କୁ କେବେ ନିରାଶ ହେବାକୁ ଦିଅନ୍ତି ନାହିଁ ଲିପିକା । ଆଜିର ସମାଜରେ ଅନେକ ନାରୀଙ୍କ ପାଇଁ ପ୍ରେରଣା ପାଲଟି ଥିବା ଲିପିକା ଦାସ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!